ଯୁବକଙ୍କ କାର୍ଯ୍ୟକଳାପରେ ଅତିଷ୍ଟ ଲୋକେ ଥାନାର ଦ୍ୱାରସ୍ତ ହେଲେ।

71
ADVERTISEMENT

କୁକୁଡାଖଣ୍ଡି,୧୬/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ରଜକ ସମାଜର ବହୁ ସଦସ୍ୟ ମଙ୍ଗଳବାର ଅଙ୍କୁଶପୁର ସ୍ଥିତ ସଦର ଥାନାରେ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି।ଜଣେ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ଥାନାର ଦ୍ୱାରସ୍ତ ହୋଇଥିଲେ। ସୂଚନା ମୁତାବକ, କୁକୁଡାଖଣ୍ଡି ଗ୍ରାମର ରଜକ ସମାଜର ଜଣେ ଯୁବକ ପୂର୍ବରୁ ଧୋବା ସାହିର ଜଣେ ନାବାଳିକାଙ୍କ ସହ ଖରାପ ବ୍ୟବହାର ଏବଂ ଅସଦାଚରଣ କରିଥିବା ଅଭିଯୋଗରେ ଦୁଇଥର ଜେଲ୍ ଯାଇ ଫେରିଥିଲେ। ଏହା ସତ୍ତ୍ୱେ ସେ ନିଜ ଆଚରଣରେ ସୁଧାର ଆଣିନଥିବା ଅଭିଯୋଗ କରିଛନ୍ତି। ସୋମବାର ରାତ୍ର ସମୟରେ ଉକ୍ତ ଯୁବକ ଖଣ୍ଡା ଧରି ରଜକ ସମାଜର ସମ୍ପାଦକଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଝିଅ ଓ ବୋହୂ ମାନଙ୍କୁ ଅସଦାଚରଣ ବ୍ୟବହାର କରୁଥିବା ନେଇ ମଧ୍ୟ ଅନେକ ଅଭିଯୋଗ ହୋଇଛି।ଏହି ଘଟଣାକୁ କେନ୍ଦ୍ର କରି ଆଜି ମଙ୍ଗଳବାର ସମାଜର ବହୁ ବରିଷ୍ଠ ସଦସ୍ୟ ଅଙ୍କୁଶପୁର ସଦର ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଉକ୍ତ ଯୁବକକୁ ତୁରନ୍ତ ଗିରଫ ଓ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏ ଅବସରରେ ସମାଜର କୁଳ ସଭାପତି କହିଛନ୍ତି ଯେ, ଯଦି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଉଛି, ତେବେ ସମାଜ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରିବା ନେଇ ସମାଜର ବହୁ ସଦସ୍ୟ ମତପ୍ରକାଶ କରିଛନ୍ତି।

Advertisement