ପ୍ରେମିକାର ବେକ କାଟି ନିଜର ବେକ କାଟିଲା ପ୍ରେମିକ ।

41
ADVERTISEMENT

ଫୁଲବାଣୀ,୧୫/୧୨(ଡ଼ି.ଏଚ ବ୍ୟୁରୋ):-ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡା ଅଞ୍ଚଳରେ ପ୍ରେମରେ ବିଫଳ ହେବାପରେ ଛୁରିରେ ପ୍ରେମିକାର ବେକ କାଟି ନିଜର ବେକ କାଟିଲା ପ୍ରେମିକ । ଉଭୟେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଏବଂ ଉକ୍ତ ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Advertisement