କୁକୁଡାଖଣ୍ଡି,୦୪/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ହାଇସ୍କୁଲ ପରିସରରେ ବ୍ଲକ୍ ସ୍ତରିୟ ପ୍ରଥମ ଥର ନିମନ୍ତେ ଗୋଷ୍ଟି ଭିନ୍ନକ୍ଷମ ପ୍ରଶିକ୍ଷଣ ଶିକ୍ଷକ ଡମ୍ବୁରୁ ଦୋରା ଙ୍କ ସହଯୋଗ ରେ ବ୍ଲକର ସମସ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଦିବ୍ୟଙ୍ଗ ବିଦ୍ୟାର୍ଥୀ ଙ୍କୁ ନେଇ ମାନସିକ ଓ ସୃଜନମୂଳକ କାର୍ୟକ୍ରମର ଆୟୋଜନ କରାଯାଇଥିଲା । ଦିବ୍ୟାଙ୍ଗମାନଙ୍କ ସକ୍ଷମତା, ସାଂସ୍କୃତିକ ଖେଳ ସ୍ୱାଭିମାନ ଓ ସୃଜନଶୀଳତାକୁ ପ୍ରଶଂସା କରଯାଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ l କୁକୁଡ଼ାଖଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ଵତନ୍ତ୍ର ଆୟୋଜନ କରଯାଇଥିଲା । ବ୍ଲକର ୨୨ଟି ପଞ୍ଚାୟତରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନିଜର ଲୁକ୍କାୟିତ କଳା ଓ ପ୍ରତିଭା କୁ ପ୍ରଦର୍ଶିତ କରିଥିଲେ। ସେମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମୂଳକ ମୂଲ୍ୟାଙ୍କନ କରଯାଇଥିଲା । ଯଥା କ୍ଷମତାର ଉଜ୍ଜ୍ୱଳ ପ୍ରଦର୍ଶନ ଚିତ୍ରାଙ୍କନ, ହାଣ୍ଡ୍-କ୍ରାଫ୍ଟ, ଗୀତ, ନୃତ୍ୟ, ମ୍ୟୁଜିକ ଚେୟାର ଭଳି ବିଭିନ୍ନ ପ୍ରତିଯୋଗିତାରେ ସେମାନେ ଅସାଧାରଣ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ମଞ୍ଚରେ ସେମାନଙ୍କ ଆତ୍ମବିଶ୍ୱାସ, ପ୍ରତିଶ୍ରୁତି ଓ ଉଦ୍ୟମ ଦେଖି ଉପସ୍ଥିତ ଦର୍ଶକମାନେ ଆନନ୍ଦିତ ହୋଇଥିଲେ ।
ପ୍ରତ୍ୟେକ ବିଭାଗରେ ଅଗ୍ରଣୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମ୍ମାନପତ୍ର, ପଦକ ଓ ପୁରସ୍କାରରେ ବିତ୍ତରଣ କରଯାଇଥିଲା। ଅଭିଭାବକମାନଙ୍କ ମୁହଁରେ ଗର୍ବର ଆଲୋକ, ଛୋଟ ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ସଫଳତାର ହସ ଦେଖିବାକୁ ମିଳିଥିଲା । ଶିକ୍ଷା ବିଭାଗ ପକ୍ଷରୁ ସହଯୋଗ କୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅଧିକ ସହାୟତା, ପ୍ରଶିକ୍ଷଣ ଓ ସୁବିଧା ବ୍ୟବସ୍ଥା କରିବାକୁ ମଧ୍ୟ କିଛି ଅଭିଭାବକ ପ୍ରଶାସନକୁ ନିବେଦନ କରିଛନ୍ତି । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ହେମନ୍ତ ସେଠୀ, ସମ୍ମାନିତ ଅତିଥି ଭାବେ ଏ.ବି.ଓ ସିମାଞ୍ଚଳ କାର୍ଜୀ, ବିଆରସି ବସନ୍ତ ସେଠୀ l

















