ବ୍ରହ୍ମପୁର ୦୩/୧୨(ଇ ରଞ୍ଜନ):-ବ୍ରହ୍ମପୁର ସହରର ସୁନାମଧନ୍ୟ ବରିଷ୍ଟ ନାଗରିକ ତଥା ଅବସରପ୍ରାପ୍ତ ଡ଼ାକ୍ଟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ କେ ଲକ୍ଷ୍ମୀବାଇ | ଚଳିତବର୍ଷ ଡିସେମ୍ବର ୫ତାରିଖ ଶ୍ରୀମତି ଲକ୍ଷ୍ମୀବାଇଙ୍କ ୧୦୦ ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ସଂଚିତ ଅର୍ଥ ଭୁବନେଶ୍ବର ଏମ୍ସ ମେଡ଼ିକାଲ୍କୁ, ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିଛନ୍ତି | ଏଥିପାଇଁ ହସ୍ପିଟାଲ୍ ଯୋଗାଯୋଗ କରି ସଂଚୟ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପୈଠ କରିଛନ୍ତି। ପ୍ରଫେସର କେ.ଲକ୍ଷ୍ମୀ ବାଇ ଜୀବନ କାଳରେ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରୀଥିଲେ। ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବା ନଗର ନିଜ ଭବନ ନିକଟରେ ଆରାମ ଦାୟକ ଜୀବନ ଯାପନ କରିଥାନ୍ତି l ମହିଳା ହେଲେ ବି କେବେ ବି କର୍ମକ୍ଷେତ୍ରରେ ହାର ମାନିନାହାନ୍ତି ଲକ୍ଷ୍ମୀବାଇ ସେ ୧୦୦ ବର୍ଷରେ ମଧ୍ୟ ଫିଟ୍ ଫାଟରେ ଥିବା କହିଛନ୍ତି। ଆସନ୍ତା ୫ ତାରିଖରେ ସେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ଏମ୍ସକୁ ଶତବାର୍ଷିକୀ ପାଳନରେ କୋଟି କୋଟି ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି l ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ୱାସ୍ଥ୍ୟସେବାରେ ଦାନକରି ସମାଜ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି l କାରଣ ବର୍ତ୍ତମାନ କାଳରେ ପରଉପକାରୀ ଲୋକ ଲୋପ ପାଉଥିବା ବେଳେ ପ୍ରଫେସର ଶ୍ରୀମତି ଲକ୍ଷ୍ମୀ ବାଇ ପରିଣତ ବୟସରେ ବି ଅର୍ଥର ମୂଲ୍ୟକୁ ଜନଆରୋଗ୍ୟରେ ବିନିଯୋଗ କରି ଅତ୍ୟନ୍ତ ଖୁସି ଥିବାବେଳେ ଜନ ସଧାରଣଙ୍କ ବେଶ ସ୍ହୃଦୟ ପାଲଟିଛନ୍ତି । ଏହି ଟଙ୍କା ଜରାୟୁ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ ସେବା ନିମନ୍ତେ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍ସକୁ ଦାନ କରିଥିବା କହିଛନ୍ତି । ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁଙ୍କ ବଦାନ୍ୟତା ଦେଖି ଉଭୟ ବେଶ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି ଜନ ମାନସରେ ଆବୃତ କରିଛି। ଡାକ୍ତର କେ. ଲକ୍ଷ୍ମୀ ବାଇ ୩୬ ବର୍ଷରୁ ଅଧିକ ସମୟ ଧରି ସରକାରୀ ସେବାରେ କାର୍ଯ୍ୟ କରିଥିଲେ | ତାଙ୍କର ସାରା ବୃତ୍ତିଗତ ଜୀବନରେ ମହିଳାଙ୍କ ସ୍ୱାସ୍ଥ୍ୟର ବିକାଶ ଦିଗ ରେ ଶ୍ରୀମତୀ ଲକ୍ଷ୍ମୀ ବାଇଙ୍କ ଅତୁଳନିୟ ଆକର୍ଷଣୀୟ ଅବଦାନ |ଡିସେମ୍ବର ୫ ରେ ସତାୟୁ ବର୍ଷରେ ପଦାର୍ପଣ କରିବେ l ଏବେ ଅର୍ଥ ରୋଜଗାର ପାଇଁ ମାନବ ସମାଜ ରେ ପ୍ରତିଯୋଗିତା ମୂଳକ ହତ୍ୟା, ଚୋରି ଡକାୟତି ଭଳି କାର୍ଯ ଯାରିରହିଥିବା ବେଳେ l ଶ୍ରୀମତି ଲକ୍ମିବାଇଙ୍କ ପରିଣତ ବୟସରେ ନିଜସ୍ଵ ଅର୍ଜିତ ଅର୍ଥ ଦାନ ଦେଇ ଅନ୍ୟ ମାନଙ୍କ ମଧ୍ୟରେ ଉଦାହରଣ ସାଜିଛନ୍ତି l ଜନମାନସରେ ସକାରାତ୍ମକ ପ୍ରଶଂସା ଛୁଟିଛି l

















