ବ୍ରହ୍ମପୁର୩୦/୧୧(ଡ଼ି.ଏଚ ବ୍ୟୁରୋ):-ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଈଷ୍ଟର ପ୍ରତିଷ୍ଠା ସମାରୋହ ଇତିମଧ୍ୟରେ ଧର୍ମନଗରସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ପ୍ରତିଷ୍ଠାତା ସଭାପତି ସିଏ ଭଗବାନ ପାଢ଼ୀ ଏଇ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କ୍ଲଵର ପ୍ରତିଷ୍ଠା ବିବରଣୀ ଏବଂ କମ୍ୟୁନିଟି ହଲର ସ୍ଥାନ ଅଧିଗ୍ରହଣ ଏବଂ ନିର୍ମାଣର ଇତିହାସ ସ୍ମରଣ କରିଥିଲେ ଏବଂ କ୍ଳବର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରି ଏକ ସ୍ଥାୟୀ ଯୋଜନା ରୂପେ ଏକ ଦନ୍ତ ଚିକିତ୍ସାଳୟ ପ୍ରତିଷ୍ଠା କରି ଫାଉଣ୍ଡେସନ ପ୍ରୋଜେକ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ଉତ୍କଳ କେମିଷ୍ଟ୍ରି ଆଣ୍ଡ ଡ୍ରାଗିଷ୍ଟ ଆସୋସିଏସନର ସଭାପତି ପି. ସତ୍ୟନାରାୟଣ ବାବୁ ପ୍ରତିଷ୍ଠା ସମ୍ପର୍କରେ ନିଜର ସହାଭାଗିତା ଏବଂ ସମସ୍ୟା ସମାଧାନ ବିଷୟରେ ବକ୍ତବ୍ୟ ରଖିଥିଲେ l ପୂର୍ବତନ ସଭାପତି ଗଦାଧର ରାଉଳ, କାମରାଜୁ ମହାରଣା, ଅଜିତ କୁମାର ପୃଷ୍ଟି, ସ୍ୱରାଜ୍ୟ ସାହୁ, ସୁଧାଂଶୁ ଶେଖର ଖାଡ଼ଗରାୟ, ଦୁର୍ଗା ରାଓ, ଭିକାରିଚରଣ ସାହୁ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କ୍ଳବର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ପ୍ରକାଶ କରି ଜନ ସେବାପାଇଁ ସୃଷ୍ଟି କରାଯାଇଥିବା ଏହି କ୍ଳବକୁ ଅଧିକ ସମାଜମୁଖୀ କରିବା ପାଇଁ ମତ ପ୍ରଦାନ କରଥିଲେ l ଶେଷରେ ସମ୍ପାଦକ ଅଶ୍ୱିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

















