ବାଲିଗୁଡା,୨୯/୧୧( ସୁକାନ୍ତ କୁମାର ତ୍ରିପାଠୀ):-ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ତେରତମ ସ୍ୱତନ୍ତ୍ର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି l ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଛି l ଏନଏସି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ପୂର୍ବ କାଉନସିଲ ବୈଠକର ବିବରଣୀ ପାଠ କରାଯିବା ସହିତ ଦୃଡ଼ିକରଣ କରାଯାଇଥିଲା | ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାଉନସିଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଭିବ୍ୟକ୍ତ ରଖି ଥିଲେ l ଏହି ବୈଠକରେ ସାଂସଦ ନଗର ପ୍ରତିନିଧି ଆଦିକନ୍ଧ ପଟନାୟକ ସମେତ କାଉନସିଲର ଉପସ୍ଥିତ ରହି ବାଲିଗୁଡା ଏନଏସିର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ବିଭିନ୍ନ ୱାର୍ଡରେ ଚାଲିଥିବା ରାସ୍ତାଘାଟ, ଡ୍ରେନେଜ ସମସ୍ୟା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ, ଆଲୋକିକରଣ ସମେତ ସହରରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଆଲୋଚନା ହୋଇଥିଲା l ଏଥି ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟନେଇ ଏହି ସ୍ୱତନ୍ତ୍ର କାଉନସିଲ ବୈଠକରେ ନିଷ୍ପତି ଗ୍ରହଣ କରାଯାଇ ଆଲୋଚନା ହୋଇଥିଲା lଏହି ବୈଠକରେ କମ୍ବୁପାଣି ପାଣିଗ୍ରାହୀ ବାଇଧର ମଲ୍ଲିକ ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ l

















