ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ନିଶା ନିବାରଣ ସେଣ୍ଟରର ମାଲିକଙ୍କ ସମେତ ୨ଗିରଫ l

ନିମଖଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ନିଶା ନିବାରଣ ସେଣ୍ଟରର ମାଲିକଙ୍କ ସମେତ ୨ଗିରଫ l

74
ADVERTISEMENT

କୁକୁଡାଖଣ୍ଡି,୨୭/୧୧(ଇ ରଞ୍ଜନ ):-କୁକୁଡାଖଣ୍ଡିରେ ମଦ୍ୟପାନ ରୋକିବାକୁ ନିଶା ନିବାରଣ କେନ୍ଦ୍ରର ସହାୟତା ଲଡିଥିଲେ ପରିବାର ଲୋକେ କିନ୍ତୁ ମଦ୍ୟପ ବ୍ୟକ୍ତି ଏବଂ ନିଶା ନିବାରଣ କର୍ମକର୍ତ୍ତା ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ଗାଳିଗୁଲଜ ମାରପିଟ୍ କରି ହତ୍ୟା କରାଯାଇଥିବା ମୃତକଙ୍କ ମାଆ ସାଇବାଣୀ ନାୟକ ନିମଖଣ୍ଡି ଥାନlରେ ଅଭିଯୋଗ କରିଥିଲେ l ନିମଖଣ୍ଡି ଥାନା ପୁଲିସ ୩୬୧/୨୫ ମାମଲା ରୁଜୁ କରି ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ମିଲନ ନାୟକ (୨୫)ଙ୍କ ମୃତଦେହର ତଦନ୍ତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ l ପ୍ରାଥମିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଲା ଯେ ଘଟଣା ଘଟିବା ଦିନ ମୃତ ମିଲନ ନାୟକ ଜଗଦଳପୁର ରୋଡ଼ରେ ଥିବା ବିକାଶ ଫାଉଣ୍ଡେସନ୍ ନିଶାନିବାରଣ କେନ୍ଦ୍ରରେ ବନ୍ଦୀ ରଖିଥିବାକୁ ନେଇ ବିରକ୍ତିକର ଲକ୍ଷଣ ଦେଖାଇଥିଲେ ସେଠାରେ ଥିବା କର୍ମକର୍ତ୍ତାଙ୍କୁ ମିଲନ ଅତ୍ୟନ୍ତ ଅଭଦ୍ର ଏବଂ ଅସ୍ୱାଭାବିକ ଭାବରେ ଆଚରଣ କରିଥିଲେ । ଏହାକୁ କେନ୍ଦ୍ର କରି ନିଶା ନିବାରଣ କେନ୍ଦ୍ରର ମାଲିକ ଅଶ୍ୱିନୀ କୁମାର ପାତ୍ର ଏବଂ ତାଙ୍କ ସହଯୋଗୀ ଅଂଶୁମାନ ଚୌଧୁରୀ ମୃତକ ମିଲନଙ୍କୁ ବାନ୍ଧ ଲାଠି ସାହାଯ୍ୟରେ ତାଙ୍କ ବେକ ଚାପି ଆକ୍ରମଣ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଏହାକୁ ତଦନ୍ତ କରି ଦୁଇ ଜଣକୁ ପୁଲିସ ଗିରଫ କରିଥିଲା l ଅଭିଯୁକ୍ତ ଦୁଇ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବିଜୟ ବିହାର ଅଞ୍ଚଳର ଅଭିଯୁକ୍ତ ଅଶ୍ୱିନୀ କୁମାର ପାତ୍ର (୨୯ ବର୍ଷ) ଓରପ ମହେନ୍ଦ୍ର ପାତ୍ର, ଏବଂ ବିଏନପୁର ଥାନା ଅର୍ନ୍ତଗତ ଚନ୍ଦ୍ରପ୍ରଭା ନଗର ଅଞ୍ଚଳର ଅଂଶୁମାନ ଚୌଧୁରୀ (୨୭) ଉଭୟ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ସ୍ଥାନାନ୍ତର କରିଥିବା ସଦରଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି l

Advertisement