ଭୁବନେଶ୍ୱର,୨୬/୧୧(ଡ଼ି.ଏଚ ବ୍ୟୁରୋ):-ଆଜି ୭୬ତମ ସମ୍ବିଧାନ ଦିବସ । ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମଗ୍ର ଭାରତ ବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହି ଶୁଭ ଦିନ ଅବସରରେ ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା ।

















