ବାଲିଗୁଡା:୨୫/୧୧(ସୁକାନ୍ତ କୁମାର ତ୍ରିପାଠୀ):-କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହିଙ୍କ ଦ୍ବାରା ମଙ୍ଗଳବାର ଦୀନ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ ହୋଇଯାଇଛି l ଆଜିର ଏହି ଉଦଘାଟନ ସମାରୋହରେ ଆଇଟିଡିଏ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ ସୁଶାନୁ କୁମାର ଦାଶ,ବ୍ଳକ ସାଂସଦ ପ୍ରତିନିଧୂ ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧ ଆଦିକନ୍ଦ ପଟ୍ଟନାୟକ, ସାମ୍ବାଦିକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ l

ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥୁଲା ଓ ତାପରେ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ l ବାଲିଗୁଡ଼ା ଆଇଟିଡିଏ ଦ୍ୱାରା ୫୭ଲକ୍ଷ ଟଙ୍କା ବ୍ୟୟରେ ମରାମତି କର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକଙ୍କ ମନରେ ଖୁସିର ଲହରି ଖେଳି ଯାଇଛି lବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯକ୍ରମକୁ ସଫଳ କରିଥିଲେ l

















