Saturday, August 29, 2026
ADVERTISEMENT
Home ଆଞ୍ଚଳିକ ଚିକିଟି ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ପରିଚାଳନା କମିଟି ଗଠନ ହୋଇଯାଇଅଛି।

ଚିକିଟି ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ପରିଚାଳନା କମିଟି ଗଠନ ହୋଇଯାଇଅଛି।

68
ADVERTISEMENT

ଚିକିଟି,୨୫/୧୧(ବିଜୟ ଗୌଡ଼):-ଚିକିଟିସ୍ଥ ବଡ଼ ରାଧାକାନ୍ତ ମଠ ପରିସରରେ ଚିକିଟି ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ରବିବାର ଦିନ ଗଠିତ ହୋଇଯାଇଅଛି।ଜିଲ୍ଲା ସଭାପତି ମହନ୍ତ ହରିହର ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ମହନ୍ତ ରାଧାକାନ୍ତ ଦାସ ମହାରାଜ କହିଲେ ଯେ କଳିଯୁଗରେ ଭାଗବତ ଗ୍ରନ୍ଥ ଆମମାନଙ୍କୁ ଭବ ସାଗରୁ ମୁକ୍ତି ପ୍ରଦାନ କରିବ । କୋଳି ଗାଁ ମହନ୍ତ ମହାରାଜ, ଚିକିଟି ରାଧାକାନ୍ତ ମଠ ମହାରାଜ, ଏବଂ ଚିକିଟି ବ୍ଳକ ର ୧୧ ଟି ଭାଗବତ ଟୁଙ୍ଗି ସଦସ୍ୟ ଉପସ୍ଥିତ ରହି ବ୍ଳକ ସ୍ତରୀୟ କମିଟି ଗଠନ କରାଗଲା।ସଂଘଠନ ସମ୍ପାଦକ କାର୍ତ୍ତିକ ସାହୁ ଓ କାର୍ଯ୍ୟାଳୟ ସଚୀବ ଅଲେଖ ବାଡତ୍ୟା ଉପସ୍ଥିତ ସଦସ୍ୟ ମାନଙ୍କୁ ଭାଗବତ ଟୁଙ୍ଗି ସ୍ଥାପନ ର ନିୟମାବଳୀ ବୁଝାଇଥିଲେ। ଏହି ଅବସରରେ କାଶୀ ଵିଦ୍ବତ୍ ପରିଷଦ ପକ୍ଷରୁ ଵିଦ୍ବତ୍ ଭୂଷଣ ଉପାଧି ରେ ଭୂଷିତ ହୋଇଥିବା ଆମ ଜିଲ୍ଲା ଉପସଭାପତି ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Advertisement