ବ୍ରହ୍ମପୁରରେ ପୁଣି ଜଣେ ନକଲି ପୁଲିସ କନଷ୍ଟେବଳକୁ ଗିରଫ l

47
ADVERTISEMENT

ବ୍ରହ୍ମପୁର,୨୪।୧୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ପୁଣି ଜଣେ ନକଲି ପୁଲିସ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ସେ ନିଜକୁ ଓଡ଼ିଶା ପୁଲିସ କନଷ୍ଟେବଳ ବୋଲି ପରିଚୟ ଦେଇ ବିଭିନ୍ନ ଜିଲା ଗସ୍ତ କରିବା ସହ ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିଲେ l ଏବଂ ସେ ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ ହୋଇଥିବାବେଳେ ପୁଲିସ ତାଙ୍କ ଘରୁ ନକଲି ପୁଲିସ ପୋଷାକ, ଜୋତା, ଖେଳନା ବନ୍ଧୁକ ଆଦି ଜବତ କରିଛି l

Advertisement