କଟକ ,୨୨/୧୧(ଡ଼ି.ଏଚ ବ୍ୟୁରୋ):-କଟକ ଦରଘାବଜାର ଅଞ୍ଚଳରେ ଡବଲ ମର୍ଡର । ପାରିବାରିକ କଳହକୁ କେନ୍ଦ୍ରକରି ବାପା-ମାଆଙ୍କ ତଣ୍ଟି କାଟିଲା ପୁଅ । ଘଟଣାସ୍ଥଳରେ କଟକ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି । ଏବଂ କାହିଁକି ଓ କେଉଁ ପରିସ୍ଥିତିରେ ପୁଅ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।



















