ଭୁବନେଶ୍ଵର,୨୦/୧୧(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ୨୨ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଥିବାବେଳେ ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ତେବେ ଲଘୁଚାପର ଅଧିକ ପ୍ରଭାବ ଆନ୍ଧ୍ର ଉପରେ ପଡ଼ିପାରେ ବୋଲି ସୂଚନା ।

















