ବ୍ରହ୍ମପୁର,୧୭/୧୧(ଇ ରଞ୍ଜନ):- ଜାତୀୟ ପ୍ରେସ ଦିବସ ପାଳିତ l ସାମ୍ବାଦିକ ହେବା ଏ ଏକ କଷ୍ଟସାଧ୍ୟ ବ୍ୟାପାର । ସାମ୍ବାଦିକଙ୍କୁ ଯୁଗ ସହ ତାଳ ଦେଇ ଚାଲିବାକୁ ପଡିବ । ଏବେ ଡିଜିଟାଲ ଓ ଏଆଇ ଯୁଗ । ସେହିକ୍ରମରେ ସାମ୍ବାଦିକମାନେ ନିଜକୁ ଏଆଇ ଓ ଡିଜିଟାଲ ସହ ଅପଡେଟ ହେବାକୁ ପଡିବ । । ଆଗାମୀ ଦିନରେ ଖବର ପାଇଁ ଲୋକେ ଆଉ ଖବରକାଗଜ ପଢିବେନି କି ଘଣ୍ଟା ଘଣ୍ଟା ଧରି ଟିଭି ଆଗରେ ବସିବେ ନାହିଁ । ମୋବାଇଲରେ ଆଖ୍ ପିଛୁଳାକେ ଦେଶ ଓ ଦୁନିଆର ଖବର ଲୋକଙ୍କ ପାଖରେ ପହଞ୍ଚିଯିବ। ତେଣୁ ସାମ୍ବାଦିକମାନଙ୍କୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡିବ ବୋଲି ଲୋକସେ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ମତବ୍ୟକ୍ତ କରିଛନ୍ତି ।

ଜାତୀୟ ପ୍ରେସ ଦିବସ ଅବସରରେ ରବିବାର ରାଜସ୍ଵ ଡାକବଙ୍ଗଳା ଠାରେ ‘ରାଷ୍ଟ୍ର ଗଠନ ପାଇଁ ଗଣମାଧ୍ୟମ ନୀତି ଓ ଦାୟିତ୍ଵପୂର୍ଣ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା ଉପରୋକ୍ତ କଥା କହିବା ସହ ପୂର୍ବରୁ ରାଜ୍ୟରେ ) ଡଃ ରାଧାନାଥ ରଥ ଓ ଗୋଦାବରୀଶ ଗୋଦାବରୀଶ ମିଶ୍ରଙ୍କ ଭଳି ବଡ ବଡ ସାମ୍ବାଦିକମାନେ କିଭଳି ରାଜନୈତିକ ଆକ୍ରୋଶର ଶିକାର ହୋଇଥିଲେ ସେ ବିଷୟରେ ଉଦାହରଣ ଦେଇ ବୁଝାଇଥିଲେ । କଳିଙ୍ଗ ଜାଗରଣ ଓ ଆମ ଦୁନିଆ ହାଲଚାଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସରିତା ପଣ୍ଡା, ସୂର୍ଯ୍ୟକାନ୍ତ ଦାସ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ବନ୍ଦିତା ପଣ୍ଡା, ପ୍ରଫେସର ଗଣେଶ୍ବର ସେଠୀ, ଜୟନ୍ତ କୁମାର ପଣ୍ଡା, ৫. ଡ. ଚିନୁ ବୋହିଦାର ସମେତ ବିଭାଗର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ପାତ୍ରଙ୍କ ତତ୍ତ୍ବାବଧା ଧାନରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରକାଶଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥ୍ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ‘ସମାଜ’ର ଭାରପ୍ରାପ୍ତ ବାର୍ଭା ସମ୍ପାଦକ ସୁଦର୍ଶନ ନାୟକ ନିଭୀକ ଓ କାମଳ ସାମ୍ବାଦିକତା ସମ୍ପର୍କରେ ଉଦାହରଣ ସହ ଅବତାରଣା କରିଥିଲେ।

















