ମାଲକାନଗିରି,୧୭/୧୧(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ବିଏସଏଫ ଏବଂ ଓଡ଼ିଶା ପୁଲିସ ର ମିଳିତ କୋମ୍ବିଂ ଅପେରସନ ବେଳେ ଲୁଚାଇ ରଖାଯାଇଥିବା ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବିସ୍ଫୋରକ ମଧ୍ୟରେ ଗୋଟିଏ ବନ୍ଧୁକ, ୧୧୦ଟି ଜିଲାଟିନ ଷ୍ଟିକ, ମାଓବାଦୀ ପୁସ୍ତିକା, ଓ ୧୫୦ଟି କାଟ୍ରିଜ ରହିଛି।

















