ଭୁବନେଶ୍ୱର,o୬/୧୧(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଘଟଣାରେ ଡ୍ରାଇଭର ଓ ହେଲପର ସହ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଆନ୍ଧ୍ରର ପାସିପେନ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଘାଟି ଚଢୁଥିବା ସମୟରେ ହଠାତ୍ ବସ୍ ର ଇଞ୍ଜିନ୍ରୁ ଧୁଆଁ ବାହାରିଥିଲା । ଯାହାକୁ ଡ୍ରାଇଭର ଦେଖି ଗାଡ଼ିକୁ ରାସ୍ତାକଡ଼ରେ ଛିଡ଼ା କରି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ । ଦେଖୁ ଦେଖୁ ବସ୍ରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା ।
















