ସମ୍ବଲପୁର,୨୪/୧୦(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ବୁର୍ଲା ଥାନା ପୁଲିସ ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେ ମାନଙ୍କଠାରୁ ୬୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ସେମାନେ ହେଲେ ବଡ଼ବଜାରର ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ଏମାନେ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଫସାଇ ୨ କୋଟି ଟଙ୍କାର ଠକେଇ କରିଛନ୍ତି।

















