ବାଲେଶ୍ୱର,୧୨/୧୦(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ପୀଡ଼ିତା ଛାତ୍ରୀ ଜଣଙ୍କ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ହୋଇଥିବାବେଳେ ସେ ପଶ୍ଚିମବଙ୍ଗ ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢୁଥିଲେ । ଗଣଦୁଷ୍କର୍ମ ନେଇ ଛାତ୍ରୀଙ୍କ ମାଆ ଦୁର୍ଗାପୁର ନ୍ୟୁଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

















