Tuesday, September 1, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ବ୍ଲକର ବିଦ୍ୟାଳୟ, ଅଙ୍ଗନବାଡି ରେ ପୋଷାକ ବିତରଣ ରେ ଟାଳଟୁଳନିତି କୁ ନେଇ ଜନପ୍ରତିନିଧି...

କୁକୁଡ଼ାଖଣ୍ଡି ବ୍ଲକର ବିଦ୍ୟାଳୟ, ଅଙ୍ଗନବାଡି ରେ ପୋଷାକ ବିତରଣ ରେ ଟାଳଟୁଳନିତି କୁ ନେଇ ଜନପ୍ରତିନିଧି ଅସନ୍ତୋଷ ।

68
ADVERTISEMENT

କୁକୁଡ଼ାଖଣ୍ଡି,୧୧/୧୦(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅଧୀନସ୍ଥ ସମସ୍ତ ଅଙ୍ଗନବାଡ଼ି, ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୟୁନିଫର୍ମ ବଣ୍ଟନ ନେଇ ଘୋର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏନେଇ ଜିଲ୍ଲାପାଳ ଙ୍କ ନିକଟରେ ପୂର୍ବତନ ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ଜିଲ୍ଲାପାଳ ତଦନ୍ତ ନିଁର୍ଧେଶ ଦେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବର୍ତମାନ କୁକୁଡ଼ାଖଣ୍ଡି ବ୍ଲକ ର ସମିତିସଭ୍ୟ ଓ ଜିଲ୍ଲପରିଷଦ ମାନେ ମଧ୍ୟ ଆଇସିଡ଼ିଏସ, ଗଣଶିକ୍ଷା ବିଭାଗ ର ନିଁର୍ଧେଶକ ଙ୍କୁ କୁକୁଡ଼ାଖଣ୍ଡି ବିଡ଼ିଓ ଙ୍କ ଜରିଆରେ ଏହାର ସଠିକ ଯାଞ୍ଚ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା ଓ ମାଳତୀ ଦେବୀ ପୋଷାକ ପରିଧାନ ଯୋଜନା ଅଧୀନରେ ପିଲାମାନଙ୍କ ପାଇଁ ସରକାର ଯେଉଁ ଯୋଜନା ଆରମ୍ଭ କରିଥିଲା ସେ ଉଦେଶ୍ୟ କୁ କିଛି ଲୋକ ଭ୍ରଷ୍ଟ କରୁଛନ୍ତି ବୋଲି ଅଭିଭାବକ ଓ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ, ବ୍ଲକର ବିଭିନ୍ନ ପିଜି ଟେଲରିଂ ଏବଂ ସ୍ୱୟଂସହାୟକ ଗୋଷ୍ଠୀ (SHG) ଗୁଡ଼ିକୁ ସରକାରୀ ଭାବେ ଯେଉଁ କାର୍ଯ୍ୟାଦେଶ ଦିଆଯାଇଛି, ସେଥିରେ ବିଧିବିଧାନ ଅନୁସରଣ ହେଉନାହିଁ। ନିୟମ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କ ମାପ ନେଇ ୟୁନିଫର୍ମ ସିଲାଯିବା ଥିବା ସତ୍ତେ, ବାସ୍ତବରେ ସେମାନେ ମାପ ନେଇନାହାନ୍ତି। ବଜାରରୁ ନିମ୍ନ ମାନର ତିଆରି ପୋଷାକ କିଣି ଆଣି ବଂଟନ କରାଯାଉଛି ବୋଲି ଗୁରୁତର ଅଭିଯୋଗ ଆସିଛି।ଏହି ଅନିୟମିତ ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ପୋଷାକ ଟାଇଟ୍, ଢିଲା ହେଉଛି, ଏବଂ କେବଳ କିଛି ଦିନ ପରେ ଫାଟିଯାଉଛି। ଅଭିଭାବକମାନେ କହିଛନ୍ତି, ସରକାର ପିଲାମାନଙ୍କ ସୁବିଧା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ ମଧ୍ୟ, ଥଳସ୍ଥରର ଅଧିକାରୀ ଓ ୟୁନିଟ୍‌ମାନଙ୍କ ଅସାଧୁ ମିଳିଭଗ ଫଳରେ ଯୋଜନାର ଲାଭ ପ୍ରକୃତ ଲାଭାର୍ଥୀଙ୍କୁ ମିଳୁନାହିଁ।ଏହି ୟୁନିଫର୍ମ ଅନିୟମିତତା ନେଇ କୁକୁଡ଼ାଖଣ୍ଡି ଅଞ୍ଚଳର ଅନେକ ଅଭିଭାବକ ବ୍ଲକ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଯଦି ଶୀଘ୍ର ତଦନ୍ତ ହେଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓଲ୍ହାଇ ବେ ।ଅନ୍ୟପକ୍ଷରେ, କେତେକ ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକମାନେ ମଧ୍ୟ କହିଛନ୍ତି ଯେ, “ପୋଷାକ ବଜାରରୁ ଆସୁଛି, ଆମେ କେବଳ ବଂଟନ କରୁଛୁ। ମାପ ନେଇ ସିଲାଇ କରିବା ନିୟମ ଥିଲେ ମଧ୍ୟ, ସେଥି ପାଇଁ ସମୟ ଓ ନିର୍ଦ୍ଦେଶ ମିଳିନାହିଁ।”ବ୍ଲକ ସ୍ତରର ଶିକ୍ଷା ବିଭାଗ ଅଧିକାରୀ ତଥା ଶିଶୁ ବିକାଶ ପରିଯୋଜନା ଅଧିକାରୀଙ୍କୁ ଏହି ବିଷୟରେ ଲେଖିତ ଭାବେ ଅବଗତ କରାଯାଇଛି ଏବଂ ବର୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନାହିଁ। ବ୍ଲକ ଅଧିକାରୀମାନେ ଯଦି ଏହି ଅନିୟମିତତା ଉପରେ ଗମ୍ଭୀର ପଦକ୍ଷେପ ନେଇନାହାନ୍ତି, ତେବେ ଜନସାଧାରଣ ଆଗାମୀ ଦିନରେ ବିଶାଳ ଧରଣର ଆନ୍ଦୋଳନ ଓ ଘେରାଉ କରାଯିବ ବୋଲି କିଛି ଅଭିଭାବକ ମାନେ ପ୍ରକାଶ କରିଛନ୍ତି।

Advertisement