ବିଦ୍ୟାଳୟ ଖୋଲିବା ଦାବୀ ନେଇ ଜିଲ୍ଲା ଶିକ୍ଷlଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା l

68
ADVERTISEMENT

କୁକୁଡ଼ାଖଣ୍ଡି,୨୨/୯(ଇ.ରଞ୍ଜନ):-କୁକୁଡ଼ାଖଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ଡେଙ୍ଗାପଦର ପଞ୍ଚାୟତ ବାଉଁଶୀୟାପଲ୍ଲୀ ପ୍ରଥମିକ ବିଦ୍ୟାଳୟ ବାରମ୍ବାର ଅଭିଯୋଗ ସ୍ୱତେ ବି ବିଦ୍ୟାଳୟ ଖୋଲା ନଯିବା ରୁ ଉପାୟଶୂନ୍ୟ ହୋଇ ଆଜି ଗ୍ରାମବାସି ଅଭିଭାବକ ଛାତ୍ରଛାତ୍ରୀ ମିଳିତ ଭାବେ ବ୍ରହ୍ମପୁର ଗିରିରୋଡ ସ୍ତିତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ l ବିଦ୍ୟାଳୟ ରେ ତାଲା ଖୋଲିବା ସହ ଶିକ୍ଷା ପ୍ରଧାନ କରିବା ନେଇ ପୁର୍ବରୁ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରି ସମୟସୀମା ଧାର୍ଯ୍ୟ କରିଥିବା ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ଶିକ୍ଷା ଅଧିକାରୀ ଏସଂକ୍ରାନ୍ତରେ ତଦନ୍ତ କରିବାକୁ ଗ୍ରାମକୁ ଯାଇଥିଲେ ବି କିଛି ନିଷ୍କର୍ଷ ବାହାରି ନଥିବା ବେଳେ ଆଜି ବାଧ୍ୟବାଧକତା ରେ ବିଭାଗ କୁ ଘେରାଉ କରିଛନ୍ତି l ଏହି ବିଦ୍ୟାଳୟ କୁ ପୁର୍ବରୁ ସ୍ୱଳ୍ପ ପିଲା ଥିବା ଦର୍ଶାଇ ଆଦିବାସୀ ଅଞ୍ଚଳର ଏହି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଥିଲେ l ଉକ୍ତ ଗ୍ରାମରେ ସରକାରଙ୍କ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାଇ ଛାତ୍ରଛାତ୍ରୀ ରହିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଗ୍ରାମ ଠାରୁ ୩ କିମି ଦୂରତା ଥିବା ଇନ୍ଦିରା ଆୱାସ ନିକଟକୁ ସ୍ଥାନାନ୍ତରିତ କାହିଁକି କରାଯାଉଛି ବୋଲି ସେମାନେ ଦାବୀ କରିଛନ୍ତି l ଛାତ୍ରଛାତ୍ରୀଙ୍କ ୨୫ ସଂଖ୍ୟାରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଥିବା ବେଳେ l କେଉଁ ଆଧାରରେ ବିଦ୍ୟାଳୟ କୁ ବନ୍ଦ କରିଥିବା କୁ ନେଇ ପ୍ରଶ୍ନ ଉଠାଇଛନ୍ତି l

ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ଏବଂ ବିଧାୟକ ସମେତ ଭୁବନେଶ୍ବର ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଟ୍ କୁ ଯାଇ ଅନୁରୋଧ ସ୍ୱତେ ବି ଉକ୍ତ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଖୋଲା ନହେବା ରୁ ଗ୍ରାମବାସି ଉତ୍ୟକ୍ତ ହୋଇ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରି ରାନ୍ଧିବାଡି ଖାଇବା ସହ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧାରଣା କାର୍ଯ ଜାରି ରଖିଛନ୍ତି l ଆଦିବାସି ଅଞ୍ଚଳ ହେବା ରୁ ଉକ୍ତ ଅଞ୍ଚଳ କୁ ପ୍ରଶାସନ ଦୃଷ୍ଟି ଦେଉନଥିବା କହିଛନ୍ତି ଗ୍ରାମବାସୀ l ଛାତ୍ରଛାତ୍ରୀ ଙ୍କ ଶିକ୍ଷା ପ୍ରତି ଆନ୍ତରିକତା ଥିବା ବେଳେ ୩ କିମି ରାସ୍ତା ଦେଖି ଇଛା ପ୍ରକାଶ ପାଉନଥିବା ନେଇ କୁନି କୁନି ପିଲା ସମେତ ଅଭିଭାବକ କହିଛନ୍ତି l ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ଅଜୟ ପାତ୍ର ଙ୍କୁ ପଚାରି ବୁଝିବା ରୁ ସେ ଏକ ମାସ ସମୟ ଧାର୍ଯ୍ୟ କରି କହିଛନ୍ତି ରାଜ୍ୟ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ଖୋଲିବା ସହ ବର୍ତ୍ତମାନ ବିଦ୍ୟାଳୟ କୁ ଛାତ୍ରଛାତ୍ରୀଙ୍କ ଗ୍ରସ୍ତ ଖର୍ଚ୍ଚ ଜଣକ ପିଛା ୬୦୦ ଟଙ୍କା ମାସିକ ଶିକ୍ଷା ବିଭାଗ ପକ୍ଷରୁ ବହନ କରାଯିବାର ବ୍ୟବସ୍ତା ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଅହରିଲେ ଗ୍ରାମବାସି ଅଭିଭାବକ l

Advertisement