ବ୍ରହ୍ମପୁର,୧୯/୯(ଋଷିକେଶ ବେହେରା):- ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ୍ ତରଫରୁ କ୍ୟାମ୍ପସ୍ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏନ. ଏସ୍. ଏସ୍. ଓ ସ୍କାଉଟ ଏବଂ ଗାର୍ଡର ପ୍ରୋଗ୍ରାମ ଅଫିସର ସହ ଯୁକ୍ତ ଦୁଇ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଦ୍ୟାଳୟ ପରିସର ସ୍ୱଚ୍ଛ କରିବା ସହ କେତେକ ସୁଗନ୍ଧିତ ପୁଷ୍ପ ବୃକ୍ଷ ରୋପଣ କରାଯାଇଛି ଏହା ସହ ପାନୀୟ ଜଳର ଉପଲବ୍ଧିକୁ ମଧ୍ୟ ତଦାରଖ କରାଯାଇଛି l ଏହି କାର୍ଯ୍ୟକ୍ରମରେ ୱାଇ. ଆର. ସି. କାଉଁ ସିଲର ଶ୍ରୀଯୁକ୍ତ ଭଗବାନ ବେହରା – “ସ୍ୱଚ୍ଛତା ହିଁ ସଫଳତାର ପ୍ରଥମ ପାହାଚ” ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରଙ୍କୁ ଉତ୍ସାହିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦାୟିତ୍ୱାଧିନ ଅଧକ୍ଷ ଆଇ. ପି. ସାହୁଙ୍କ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ସମସ୍ତ ସହକର୍ମୀ ଉପସ୍ଥିତ ଥିଲେ l
















