Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ମହୁରି କାଳୁଆରେ ନବରାତ୍ର ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

ମହୁରି କାଳୁଆରେ ନବରାତ୍ର ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

89
ADVERTISEMENT

କୁକୁଡାଖଣ୍ଡି,୧୨/୦୯(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନନ୍ତାଇ ପଞ୍ଚାୟତ ଅଧୀନସ୍ତ କେରାଣ୍ଡିମାଳ ପାହାଡ ଅଞ୍ଚଳ ରେ ପୂଜା ପାଉଥିବା ପ୍ରସିଦ୍ଧ ଶକ୍ତିପୀଠ, ମହୁରିଗଡ ରାଜାଙ୍କ ଇଷ୍ଟଦେବୀ ମାଁ ମହୁରୀ କାଳୁଆ ପୀଠରେ ନବରାତ୍ର ପୂଜାର ପ୍ରସ୍ତୁତିବୈଠକ ଅନୁଷ୍ଟିତ ହୋଇଯାଇଛି l ଏହାକୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ନବରାତ୍ର ପାଳନ ହେବା କୁ ଥିବା ବେଳେ l ଏହି ଉତ୍ସବ କିଭଳି ଯାକ ଜକମ୍ ରେ ପାଳିତ ହେବ ସେହି ସମ୍ପର୍କରେ ମହୁରୀ କାଳୁଆ ମନ୍ଦିର ନୂତନ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ କୋଷାଧକ୍ଷ କାମେଶ୍ୱର ବିଶ୍ଵାଳ ଙ୍କ ସହଯୋଗ କ୍ରମେ ମହୁରୀକାଳୁଆ ଶକ୍ତିପୀଠରେ ଥିବା କାଳେଶ୍ୱର ମହାଦେବ ଙ୍କ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି l ଏହି ବୈଠକରେ ନବ ରାତ୍ରର ପୂଜା ଅର୍ଚ୍ଚନା ନିମନ୍ତେ ସହ ଏହି ଉତ୍ସବ ସୂର୍ଖୁର ରେ ପରିଚାଳନା ସହ ଭକ୍ତ ଙ୍କ ସୁରକ୍ଷା ଓ ନିତିକାନ୍ତ ଯେପରି ସଂଘଠୀତ ଭାବେ ହେବ ତାହାକୁ ଦୃଷ୍ଟି ରେ ରକ୍ଷୀ ଏକ ନୂତନ କମିଟି ଘଠନ ହୋଇଛି । ଏହି କମିଟିରେ ଅଂଶଗ୍ରହଣ କରିଥିବା ବହୁ ଜନପ୍ରତିନିଧି ସଦସ୍ୟ ଭାବେ ମନନୀତ ହୋଇଥିବା ସହ ଆଗାମୀ ମନ୍ଦିରର ବିକାଶ ଦିଗ ରେ ସଦସ୍ୟ ମାନେ ଦୃଷ୍ଟି ଦେବେ ବୋଲି କହିଛନ୍ତି l ନବରାତ୍ର ପୂଜାର୍ଚ୍ଚନା ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରବଳ ଭକ୍ତ ସମାଗମ ହେବା ଆଶଙ୍କା ରଖି ସମସ୍ତ ପ୍ରକାର ସୁବ୍ୟବସ୍ଥା ଉପରେ ଆଲୋଚନା ହୋଇଛି l ସଂଗଠନର ସୁଦୃଡ କରି ଭକ୍ତଙ୍କୁ ଦର୍ଶନ ଲାଗି ଧାଡ଼ି ବ୍ୟବସ୍ତା, ପ୍ରସାଦ ସେବନ ଉପରେ ବୈଠକରେ ଚୁଡାନ୍ତ ନିଷ୍ପତି ନିଆଯାଇଛି ପୂଜା ପାଳନ ସମୟରେ ଭକ୍ତମାନଙ୍କ ପାଇଁ ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ୍ ମୁତୟନ ହେବା ପାଇଁ ପୁଲିସ୍ ବିଭାଗ କୁ ଅବଗତ କରିବା ସହ କମିଟି ଜରିଆରେ ମହିଳା ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ତା ଉପରେ ଗୁରୁତ୍ୱ ଦେବା କୁ ବୈଠକ ରେ ନିଷ୍ପତି ଧାର୍ଯ୍ୟ ହୋଇଛି l ଏହି ନୂଆ କମିଟି ଆଗାମୀ ଦିନରେ ଶକ୍ତିପୀଠ ଉତ୍ସବ ରେ ସହଯୋଗ କରି ସଫଳ କାମନା କରିଛନ୍ତି ମନ୍ଦିର ଟ୍ରଷ୍ଟି ।ଏହି ବୈଠକରେ ଚିନ୍ତାମଣି,ନାରାୟଣ ବିଶୋଇ,ନିରଞ୍ଜନ ମହାନ୍ତି,ସାଇପ୍ରସାଦ ପାତ୍ର,କୁନା କୁମାର ବିଶୋଇ, ହରିକୃଷ୍ଣ କୋଠିଆ,କିଶୋର ଚନ୍ଦ୍ର ପାତ୍ର ଓ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ସରପଞ୍ଚ ମାନେ ନବରାତ୍ର ପାଳନ ପାଇଁ ଦୃଢ଼ ପ୍ରସ୍ତୁତି ନେବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Advertisement