ବ୍ରହ୍ମପୁର,୧୨/୦୯(ଇ ରଞ୍ଜନ):-ନିମଖଣ୍ଡି କେନାଲରେ ପଡ଼ି ଜଣେ ମୃତ୍ୟୁ l କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅର୍ନ୍ତଗତ ନିମଖଣ୍ଡି ମଦ ଦୋକାନ ନିକଟରେ ଥିବା କେନାଲ ରେ ପଡ଼ି ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ମୁତାବକ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ଜଗଦଳପୁର ଧୋବା ସାହିର ବାସିନ୍ଦା ହାଡୁବନ୍ଧୁ ସେଠୀ(୫୨) ବୋଲି ଜାଣିବାକୁ ମିଳିଛି l ମୂର୍ତକ ବ୍ୟକ୍ତି ଜଣକ ଦୁଇ ଦିନ ଧରି ନିଖୋଜ ଥିବାବେଳେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନଥିଲେ l ଗୁରୁବାର ପୂର୍ବାହ୍ନ ରେ ନିମଖଣ୍ଡି ମଦ ଦୋକାନ ନିକଟରେ କେନାଲ ମଧ୍ୟରେ ପାଣି ରେ ବୁଡ଼ି ରହିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ l ପରିବାର ଲୋକେ ଆସି ମୂର୍ତକ ଙ୍କୁ ଚିହ୍ନଟ କରିଥିଲେ l ଘଟଣାସ୍ଥଳ ରେ ନିମଖଣ୍ଡି ପୁଲିସ ପହଞ୍ଚି ତଦନ୍ତ ଚଳାଇବା ସହ ମୂର୍ତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡ଼ିକାଲ ସ୍ତାନାନ୍ତର କରାଯାଇଅଛି ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ଵଷ୍ଟ ହେବ ବୋଲି ପୁଲିସ କହିଛି l

















