ବ୍ରହ୍ମପୁର,୧୧/୯(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡବଜାର ଥାନା ମେଣ୍ଟୁ ଛକରେ ଜଣେ ଯୁବକ ନିଜକୁ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ତା ଶରୀରର ୮୦ ଶତକଡା ଭାଗ ପୋଡି ଯାଇଛି। ଏବଂ ଯୁବକ ଜଣଙ୍କ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
















