ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଗାଉଥିବା ଏସଏଚଜି ଗ୍ରୁପକୁ ଯାଞ୍ଚ କରାଯିବ l

57
ADVERTISEMENT

କୁକୁଡ଼ାଖଣ୍ଡି,୦୯/୯(ଇ ରଞ୍ଜନ):-କୁକୁଡାଖଣ୍ଡି ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ପିଲାଙ୍କ ନିମନ୍ତେ ପୋଷାକ ଦିଆଯାଇଥାଏ।ଏଥିରେ ୩-୬ ବର୍ଷର ଛାତ୍ରଛାତ୍ରୀଙ୍କ ବର୍ଷକୁ ଦୁଇ ସେଟ ଡ୍ରେସ ମିଳିଥାଏ।ସେହିପରି ସମଗ୍ର ଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ ସରକାରଙ୍କ ପକ୍ଷରୁ ନିସ୍କୁଳ୍ପ ରେ ପ୍ରଧାନ କରାଯାଉଛି। । ଏହି ପୋଷାକ ତିଆରି କରିବା ପାଇଁ ବିଭିନ୍ନ ମହିଳା ଏସ୍ଏଚ୍‌ଜି , ପିଜି ଏବଂ କ୍ଷୁଦ୍ର ଉଦ୍ୟୋଗକୁ ଦାୟିତ୍ବ ଦିଆଯାଇଥାଏ। କିନ୍ତୁ ବ୍ଲକ ରେ ୧୬୦୦ଗ୍ରୁପ୍ ରୁ ଅଧିକ ଗ୍ରୁପ୍ ଥିବା ସ୍ଵତେ କିଛି ନିର୍ଦ୍ଧିଷ୍ଟ ଗ୍ରୁପ୍ କୁ କାହିଁକି ପ୍ରଶାସନ ଚୟନ କରିବାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛନ୍ତି ରୋହିଗାଁ ପୁର୍ବତନ ସରପଞ୍ଚ ସଂଗ୍ରାମ ସନାତନ ସିଂ ସେ କହିଛନ୍ତି ନିର୍ଦ୍ଧାରିତ ନିୟମ ସହ ସମସ୍ତ ସରକାରୀ ମାନଦଣ୍ଡ ପୂରଣ କରୁଥିବା ସଂସ୍ଥାକୁ ଏହି ଦାୟିତ୍ଵ ପ୍ରଧାନ କରାଯାଇଥାଏ l କିନ୍ତୁ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରେ ସ୍କୁଲ ପୋଷାକ ତିଆରି କାମ ପ୍ରଦାନ କରିବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ ପିଜି,ଏସ୍ଏଚ୍‌ଜିକୁ ଏହି କାମ ଦିଆଯାଉଛି। କିଛି ଏସଏଚଜି ଗ୍ରୁପ୍ ବ୍ଲକ କୁ ସରକାରୀଙ୍କ ପକ୍ଷରୁ ଆସୁଥିବା ଯେକୌଣସି ପ୍ରଶ୍ଚାହନ ରାଶି ଆସୁଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଗ୍ରୁପ ଛତୁଆ, ମଣ୍ଡି, ଏବଂ ପୋଷକ ପ୍ରସ୍ତୁତ ଆବଶ୍ୟତା ଭିତ୍ତିଭୂମି ଅଭାବ ଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନଙ୍କୁ ଢାଲ କରି ହାତେଇ ବାରେ ପାରଙ୍ଗମ ହେଇଛନ୍ତି l ଏପରିକି ବହୁତ ପିଜି , କ୍ଷୁଦ୍ର ଉଦ୍ୟୋଗ ଓ ଏସ୍ଏଚ୍‌ଜିଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ପୋଷାକ ତିଆରି ଦାୟିତ୍ବ ଦିଆଯାଇଥିବା ନେଇ ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ପୂର୍ବରୁ ବ୍ଲକ୍‌ସ୍ତରୀୟ ଚୟନ କମିଟି ସହିତ ଜିଲ୍ଲାସ୍ତରୀୟ ଚୟନ କମିଟି ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ,ଏହି ଅନିୟମିତତାର ତଦନ୍ତ ପାଇଁ ସେପ୍ଟେମ୍ବର ୦୨ ତାରିଖରେ ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ।ସରକାରଙ୍କ ନିୟମ ଅନୁସାରେ ଯେଉଁ ଏସ୍ଏଚ୍‌ଜିର ସୁଦୃଢ଼ ଭିତ୍ତିଭୂମି ସହିତ ଟେଲରିଂ ୟୁନିଟ୍ ରହିଥିବା ତାକୁ ଏହି କାମ ମିଳିଥାଏ। ଏହା ସହିତ ପୋଷାକ ତିଆରିରେ ସେମାନଙ୍କ ଅଭିଜ୍ଞତା ଥିବା ନିହାତି ଆବଶ୍ୟକ କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଗତ କିଛିଦିନ ତଳେ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପୋଷାକ ତିଆରି ପାଇଁ ୭ଟି ଆବେଦନ ଦାଖଲ ହୋଇଥିବା ବେଳେ ପ୍ରଥମରୁ ୮ମ ପିଲାଙ୍କ ପୋଷାକ ତିଆରି ପାଇଁ ୪୨ ଓ ନବମ ଏବଂ ଦଶମ ପିଲାଙ୍କ ପୋଷାକ ତିଆରି ପାଇଁ ୨୭ଟି ଆବେଦନ ଆସିଥିଲା। ଏହି ଆବେଦନକୁ ଯାଞ୍ଚ କରି ବ୍ଲକ୍‌ସ୍ତରୀୟ କମିଟି
ରହିଥାଏ।ଏଥିରେ ବିଡ଼ିଓ ଅଧ୍ୟକ୍ଷ , ଅଙ୍ଗନବାଡି ପାଇଁ ସିଡ଼ିପିଓ ଏବଂ ପ୍ରାଥମିକ ବିଦ୍ୟାଳୟ ପାଇଁ ବିଇଓ ପରିଚାଳନା ଦାୟିତ୍ବରେ ରହିଥାନ୍ତି।
ସେହିପରି ପରବର୍ତ୍ତି ସମୟରେ କିଛି ନିର୍ଦ୍ଦିଷ୍ଟ ଏସ୍ଏଚ୍‌ଜିକୁ ଚୟନ କରାଯାଇଥିଲା।।ତେବେ ଏହି ଚୟନ ପ୍ରକ୍ରିୟା ନିୟମ ଅନୁସାରେ ହୋଇନଥିବା ସହ ପକ୍ଷପାତିତା କରାଯାଇଥିବା ଶ୍ରୀ ସିଂ ଅଭିଯୋଗ ଆଣିଛନ୍ତି। ଧାର୍ଯ୍ୟ ନିୟମ ଓ ସତ୍ତାବଳୀର ଖୋଲା ଉଲଂଘନ କରାଯାଇ ଏଭଳି କାମ କରା‌ଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ପୋଷାକ ମିଳିବା ନେଇ ଆଶଙ୍କା କରାଯାଉଛି। ଏହାର ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରି ନିରପେକ୍ଷ ଭାବେ ଏସ୍ଏଚ୍‌ଜି ଗ୍ରୁପ ଚୟନ କରିବାକୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲପାଳ ଙ୍କ ପୁରୁଷୋତ୍ତମପୁର ଅଭିଯୋଗ ଶୁଣାଣି କାର୍ଯକ୍ରମ ସାରି ଫେରିବା ବେଳେ ସାମ୍ୱାଦିକଙ୍କ ପ୍ରଶ୍ନ ରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍ କହିଛନ୍ତି ଏହି ପରି ଏସଏଚଜି ଗୁଡ଼ିକ କୁ ର ଅନିୟମିତତାକୁ ଦୃଷ୍ଟି ରେ ରଖି ଅଭିଯୋଗ ଆଧାର ରେ ଏହି ଗ୍ରୁପ ମାନଙ୍କୁ କଡା କଡ଼ି ଯାଞ୍ଚ କରି ପୋଷକ ବିତରଣ ନିମନ୍ତେ ଆଦେଶ ଦିଆଯିବ ବୋଲି କହିଛନ୍ତି ଶ୍ରୀ ଭାସନ୍ l

Advertisement