କୁକୁଡ଼ାଖଣ୍ଡି ବିଜେପି ପକ୍ଷରୁ ଜନମଙ୍ଗଳ କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ l

64
ADVERTISEMENT

କୁକୁଡ଼ାଖଣ୍ଡି,୦୯/୯(ଇ ରଞ୍ଜନ):- କୁକୁଡ଼ାଖଣ୍ଡି ଜଳ ସେଚନ ଡାକ ବଙ୍ଗଳା ଠାରେ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଜନ ମଙ୍ଗଳ କର୍ୟକର୍ମ କରିବା ନେଇ ଡାକ ବଙ୍ଗଳାଠାରେ ପ୍ରସ୍ତୁତି ନିମନ୍ତେ କୁକୁଡ଼ାଖଣ୍ଡି ବିଜେପି ପକ୍ଷ ରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ପ୍ରଥମେ ବାଲିପଡା ମଣ୍ଡଳରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଉପଲକ୍ଷେ ପ୍ରତି ପଞ୍ଚାୟତରେ କିଭଳି କାର୍ଯ୍ୟକ୍ରମ କରାଯିବ, ଏନେଇ ଆଜି କୁକୁଡ଼ାଖଣ୍ଡି ଡାକବଙ୍ଗଳା ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛତା ଅଭିଯାନ,ମା ପାଇଁ ଗଛଟିଏ, ରକ୍ତଦାନ ଶିବିର,ସ୍ବାସ୍ଥ୍ୟ ଶିବିର,ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ମାନିତ, ଦିନ୍ଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳନ ଓ ସଭା-ମିଳନ ଆୟୋଜିତ ହେବା ଯୋଜନା ଅଛି । ଏହି କାର୍ଯ୍ୟକ୍ରମ ଲୋକଙ୍କୁ ମୋଦୀଜୀଙ୍କ ନେତୃତ୍ୱ ଓ ଜନସେବା ପ୍ରତି ସଚେତନ କରିବା ସହ ଅଞ୍ଚଳ ବିକାଶକୁ ପ୍ରୋତ୍ସାହିତ କରିବ । ଏହି ବୈଠକରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟନନ୍ଦ ମହାରାଜ, ସନାତନ ସଂଗ୍ରାମ ସିଂହ,ଲଳିତ ବିଶୋଇ, କେ ବିକ୍ରମ,ରାମ ସାମଲ,ଏ ନନ୍ଦକିଶୋର,ସୁଶାନ୍ତ ବିଶୋଇ,ନିରଞ୍ଜନ ସ୍ୱାଇଁ,ଅର୍ଜୁନ ଗୌଡ଼, ମୁନା ଜେନା,ଚନ୍ଦନ ମହାରଣା,ସୁଶାନ୍ତ ଜେନା, କୋରା ଗୌଡ଼,ଶଙ୍କର ସାହୁ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମୋଦୀଜୀଙ୍କ ଜନ୍ମଦିନ ଅବସରରେ ଗ୍ରାମ ଓ ଅଞ୍ଚଳସ୍ତରରେ ତାଙ୍କର ସେବା ଓ ଦୃଢ ନେତୃତ୍ୱ ପ୍ରତି ସମ୍ମାନ ଜଣାଇବା । ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ଲୋକମାନେ ସଚେତନ ହେବା । ଲୋକମାନେ ଏକତାରେ ଆସି ଅନ୍ୟୋନ୍ୟ ସହଯୋଗରେ ଗ୍ରାମ ବିକାଶ କାର୍ଯ୍ୟକ୍ରମରେ ଅଂଶ ନେବେ, ଏହାଉପରେ ଆଲୋଚନା ହୋଇଥିଲା ।

Advertisement