Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

76
ADVERTISEMENT

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ଗଲା ଦୁଇ ଦିନ ତଳେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ ରେ ଗଣେଷ ପୁଜା ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ଡିଜେ ଘମାଘୋଟ ଲଢେଇ ହେଇଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂଜା ବିସର୍ଜନ ବେଳେ ଦୁଇ ପକ୍ଷର ଡିଜେ ଗାଡ଼ି ଶକ୍ତି ପରୀକ୍ଷା କରୁଥିଲେ। ପରସ୍ପରକୁ ଧକ୍କା ଦେଇ ଭୟାବହ ପ୍ରତିଯୋଗିତା ଚାଲିଥିଲା। ସେହି ସମୟରେ ଅଞ୍ଚଳରେ ତିବ୍ର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ଘଟଣାକୁ ନେଇ ଦୁଇପକ୍ଷୀୟ ମଧ୍ୟରେ ବାଦବିବାଦ ଓ ଅନିୟନ୍ତ୍ରିତ ଆକ୍ରୋଶ ପ୍ରକାଶ ପାଇଥିଲା। ଅଧିକାଂଶ ସ୍ଥାନୀୟ ଲୋକେ ପୂଜା ପାଳନ ରେ ମନୋନିବେଶ କରିଥିବା ବେଳେ, ଡିଜେ ଘମାଘୋଟ ଦୃଶ୍ୟ ଅଶାନ୍ତିର କାରଣ ହୋଇଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଅବୈଧ ଭାବରେ ଶକ୍ତିଶାଳୀ ସାଉଣ୍ଡ ସିଷ୍ଟମ୍ ବ୍ୟବହାର କରିଥିଲେ। ଦୁଇ ଡିଜେ।ଘଟଣା ପରେ ପ୍ରଶାସନ ଗୁରୁତ୍ୱ ସହକା ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେଇଛନ୍ତି। ଆଜି କୁକୁଡ଼ାଖଣ୍ଡି ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ସଦର ପୋଲିସ ଉପସ୍ଥିତିରେ ବାଲିପଡ଼ା ଗ୍ରାମରେ ଥିବା ‘ବଜରଙ୍ଗୀ ଡିଜେ’ କୁ ଜବତ୍ କରାଯାଇଛି। ଡିଜେ ସେଟ୍ ସହ ଗୃହ କୁ ମଧ୍ୟ ସିଲ୍ କରିଦିଆଯାଇଛି।ଅଞ୍ଚଳବାସୀଙ୍କ କହିବା ଅନୁସାରେ, ପ୍ରତିବର୍ଷ ପୂଜା ବିସର୍ଜନ ବେଳେ ଏପରି ଡିଜେ ର ପ୍ରତିଯୋଗିତା ଓ ଘମାଘୋଟ ହେଉଛି। ଏଥିପାଇଁ ସାମାଜିକ ସୁଖ-ଶାନ୍ତି ବାଧାଗ୍ରସ୍ତ ହେଉଛି। ପ୍ରଶାସନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବାକୁ ଅଞ୍ଚଳରେ ସ୍ୱାଗତ କରାଯାଇଛି।ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅନୁମତି ବିନା ଡିଜେ ବଜେଇବା, ସାଉଣ୍ଡ ନିୟମ ଉଲ୍ଲଂଘନ କରିବା କାର୍ଯ୍ୟରେ କଡ଼ା ହାତରେ ପଦକ୍ଷେପ ଗ୍ରହଣ କରାଯିବ।

Advertisement