Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ୨ ଖାତା ମୂଲ୍ୟାୟନ

ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ୨ ଖାତା ମୂଲ୍ୟାୟନ

365
ADVERTISEMENT

ଭୁବନେଶ୍ବର,(ଦୁନିଆ ହାଲ୍ ଚାଲ୍) : ଏପ୍ରିଲ ୮ରୁ ଯୁକ୍ତ୨ ଖାତାଦେଖା। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ଏକାଥରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍‌ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଗତବର୍ଷ ଅପେକ୍ଷା ଏଥର ୪ ଦିନ ବିଳମ୍ବରେ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇଟି ପର୍ଯ୍ୟାୟ‌ରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

Advertisement