ବ୍ରହ୍ମପୁର,୧୨/୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରିବା ସହ ତାଙ୍କ ଝିଅକୁ ଖଣ୍ଡାରେ ଆକ୍ରମଣ କରି ଫେରାର । ମୃତ ମହିଳା ଗାୟତ୍ରୀ ସ୍ବାଇଁ(୩୦) ହୋଇଥିବାବେଳେ ଝିଅ ନିଲମ୍ ସ୍ବାଇଁ(୧୦) ଗୁରୁତର ଆହତ ହୋଇ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର । ଉଭୟ ମା’ ଓ ଝିଅ ଘରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଏବଂପୋଲିସ ର ତଦନ୍ତ ଜାରି ।

















