ଭୁବନେଶ୍ଵର,୩୦/୭(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ପୁଣି ଭୁବନେଶ୍ଵର ଆର ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା l ଭିଜିଲାନ୍ସ ଭୟରେ ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ବ୍ୟାଗ୍ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା। ତେବେ ବ୍ୟାଗ୍ ରୁ ୧ ଲକ୍ଷ ଟଙ୍କା , ସୁନା , ରୂପା ଆଇଫୋନ୍ ଆଦି ଜବତ ହୋଇଛି। ସହକାରୀ ଯନ୍ତ୍ରୀଙ୍କର ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଆଉଟ୍ଲେଟ୍, ସିମ୍ଫୋନି ମଲ୍ରେ ଗୋଟିଏ ଆଉଟ୍ଲେଟ୍ ରହିଛି । ଭୁବନେଶ୍ବର ସୋମନାଥ ନଗରରେ ଚାରି ମହଲାର ଘର, ଡୁମଡୁମାରେ ତିନି ମହଲା ଘର, କସମୋପଲିସ୍ରେ ଗୋଟିଏ ଫ୍ଲାଟ୍ ରହିଛି । ଗୋଟିଏ କାର୍ ଥିବାବେଳେ ପୋଷ୍ଟାଲରେ ତିନୋଟି ଆକାଉଣ୍ଟରେ ୧୭,୦୦,୦୦୦ ଟଙ୍କା ରହିଛି ।

















