ରାଉରକେଲା,୧୫/୭(ଡ଼ି.ଏଚ ବ୍ୟୁରୋ):-ବୁଡ଼ିଲା ରାଉରକେଲା ସ୍ମାର୍ଟସିଟି। ବିଳମ୍ବିତ ରାତିରୁ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରା ବର୍ଷାରେ କଲୋନିଠୁ ବସ୍ତି, ମୁଖ୍ୟରାସ୍ତାଠୁ ଗଳିକନ୍ଦି; ସବୁଠି ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା। ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ବୁଡ଼ିଯାଇଥିଲା ରାଉରକେଲା ରେଳ ଷ୍ଟେସନ୍ର ଦ୍ବିତୀୟ ପ୍ରବେଶପଥ। କେବଳ ଦେଖାଯାଉଥିଲା ବାଇକ୍ର ହ୍ୟାଣ୍ଡଲ, କାର୍ ଓ ଅଟୋର ଛାତ।
















