ରାୟଗଡ଼ା,o୮/୭(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ୯ଟି ହୁଣ୍ଡିର ଗଣତି ଶେଷ ହୋଇଛି ଏବଂ ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଛି । ଦୀର୍ଘ ୮ ଘଣ୍ଟା ଧରି ୨୦୦ ରୁ ଉର୍ଦ୍ଧ୍ବ ସ୍ୱଚ୍ଛସେବୀ ଏହି ଗଣତିରେ ସାମିଲ ହୋଇଥିଲେ ।

















