Thursday, September 3, 2026
ADVERTISEMENT
Home ଆଞ୍ଚଳିକ ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

72
ADVERTISEMENT

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ ନିକଟରେ ବେଆଇନ୍ ଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ନାନା ଅପ୍ରିତିକର ପରିସ୍ଥିତି ଉପୁଜିବାରେ ଲାଗିରହିଛି l ଅବକାରୀ ବିଭାଗ ର ନାମ କୁ ମାତ୍ର ଚଢାଉ କରୁଥିବା ବେଳେ ବେଆଇନ୍ ବିକ୍ରି କରୁଥିବା ବ୍ୟକ୍ତି ମାନେ ପୁଲିସ ଏବଂ ଅବକାରୀ ବିଭାଗ କୁ ଚାଲେଞ୍ଜ ଦେଇ ଦିନ ରାତ୍ର ଅହରହ ମଦ ସରକାରୀ ମେଡିକାଲ୍ ନିକଟରେ ମଦ ବିକ୍ରି କରୁଥିବାରୁ ଉକ୍ତ ମଦପାନ କରି ବହୁ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟାଇ ଦିନକୁ ଦିନ ଶରୀର ଦୁର୍ବଳ ଘଟି ଶରୀର ସଂଗତିକ ସ୍ଥିତ ରେ ପହଞ୍ଚିଥିବା ନଜର ରହିଛି ଏହି ମଦ କେଉଁଠୁ ଆସୁଚି ଏହାର ନିଶାର ପରିମାଣ କେତେ ରହୁଛି l ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଥିଲେ ବି ଅସାଧୁ ବେପାରୀ ମାନେ ଏହି ମଦ ବିକ୍ରି କରି ମୋଟା ଅଙ୍କର ମୁନାଫା କମାଉଥିବା ବେଳେ ଏହି ମଦ ନିଶା ରେ ବହୁ ଲୋକଙ୍କ ସମେତ ବର୍ତ୍ତମାନର ଯୁବ ଫିଡି ନିଶା ମୋହରେ ଅପମିଶ୍ରିତ ମଦ ପିଇବା ସହ ନିଜ ସ୍ବାସ୍ଥ୍ୟକୁ ବିପଦ ମୁଁହକୁ ଟାଣୁଛନ୍ତି l ଏଠାରେ ଦୁଇ ଦିନ ପୂର୍ବରୁ ଧାରୁଆ ଅସ୍ତ୍ର ଆକ୍ରମଣ ରେ ୩ ଜଣଙ୍କ ମୁଣ୍ଡ ରେ ଆଘାତ ବାଜି ଆହତ ହୋଇଥିବା ବେଳେ ନିମଖଣ୍ଡି ଥାନା ମାମଲା ହୋଇଥିଲା l ଏହି ପରି ଅଞ୍ଚଳରେ ନାହିଁ ନଥିବା ଅପ୍ରିତିକର ପରିସ୍ଥିତି ବୃଦ୍ଧି ପାଉଥିବା ବେଳେ ମେଡିକାଲ୍ ଯିବା ନିମନ୍ତେ ମହିଳା ଓ ଶିଶୁ ମାନେ ଯିବାକୁ ଭୟଭିତ ମଣୁଛନ୍ତି l ତେଣୁ ଅବକାରୀ ବିଭାଗ ଏବଂ ନିମଖଣ୍ଡି ଥାନା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି l

Advertisement