ଭୁବନେଶ୍ୱର,୦୫/୭(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତା ଏଥିରେ ସାମିଲ ହୋଇଥିବାବେଳେ ପିସିସି ସଭାପତି ଭକ୍ତଚରଣ ଦାସ ଏହି ଧାରଣାରେ ଯୋଗଦେଇ ସେମାନଙ୍କ ଦାବିକୁ ସମର୍ଥନ କରିଥିଲେ।

















