ପୁରୀ,୨୭/୬(ଡ଼ି.ଏଚ ବ୍ୟୁରୋ):-ଆଜି ଶ୍ରୀଗୁଣ୍ଡିଚା ଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଶୁକ୍ରବାର ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଭକ୍ତ ଓ ଭଗବାନଙ୍କ ମହାମିଳନ ପାଇଁ ଚାହିଁ ବସିଛି ବଡ଼ଦାଣ୍ଡ। ଏବଂ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ।

















