Thursday, September 3, 2026
ADVERTISEMENT
Home ଆଞ୍ଚଳିକ ଟଙ୍କା ହେରଫେର ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ନିମଖଣ୍ଡି ଥାନା ଅଂଚଳର ଅମରନାଥ ସାହୁକୁ ଗିରଫ...

ଟଙ୍କା ହେରଫେର ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ନିମଖଣ୍ଡି ଥାନା ଅଂଚଳର ଅମରନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

98
ADVERTISEMENT

ବ୍ରହ୍ମପୁର,୨୭/୫(ଡ଼ି.ଏଚ ବ୍ୟୁରୋ):-ପେଟ୍ରୋଲ ପମ୍ପରୁ ୧ଲକ୍ଷ ୬୦ହଜାର ଟଙ୍କା ହେରଫେର ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ନିମଖଣ୍ଡି ଥାନା ଅଂଚଳର ଅମରନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗୋପାଳପୁର ଥାନା ଅଞ୍ଚଳରେ ଵ୍ରହ୍ମପୁର ମିଲିଟାରୀ ଲାଇନରେ ରହୁଥିବା ଚିତ୍ତ ରଞ୍ଜନ ପାଢିଙ୍କ ଏକ ପେଟ୍ରୋଲ ପମ୍ପ ପମ୍ପରେ ଅମରନାଥ ଗତ ୮ମାସ ହେଲା ମ୍ୟାନେଜର ଭାବେ କାମ କରୁଥିଲେ। ଗତ ଏପ୍ରିଲ ୧୯ରୁ ମେ ୬ ତାରିଖ ଯାଏଁ ସେଠାରେ ବିକ୍ରି ହୋଇଥିବା ପେଟ୍ରୋଲ ହିସାବର ଭୁଲ ତଥ୍ୟ ସେ ମାଲିକଙ୍କୁ ଦେଇଥିଲେ। ଉକ୍ତ ୧୭ ଦିନର ପେଟ୍ରୋଲ ବିକ୍ରି ବାବଦକୁ ୧ ଲକ୍ଷ ୬୪ ହଜାର ୮୪୯ ଟଙ୍କା ଉକ୍ତ ମ୍ୟାନେଜର ଆତ୍ମସାତ କରିଥିବା ଯାଞ୍ଚ ବେଳେ ମାଲିକ ଚିତ୍ତରଞ୍ଜନ ପାଢ଼ୀ ଜାଣିବାକୁ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Advertisement