ଭୁବନେଶ୍ୱର,୧୯/୫(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଖରା କମିଥିଲେ ବି ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଯୋଗୁଁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଏବଂ ରାଜ୍ୟର ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୦.୬ଡିଗ୍ରୀ ଥିବାବେଳେ ବୌଦ୍ଧ ୩୯.୮, ଟିଟିଲାଗଡ଼ ଓ ଭବାନୀପାଟଣାରେ ୩୯.୫, ହୀରାକୁଦ ୩୯.୧, ଝାରସୁଗୁଡ଼ା ଓ ମାଲକାନଗିରିରେ ୩୮.୮, ଅନୁଗୋଳ ୩୮.୭, ବରଗଡ଼ ୩୮.୬ ଏବଂ ଖୋର୍ଦ୍ଧା ଓ ଭୁବନେଶ୍ବରରେ ୩୮ଡିଗ୍ରୀ ଥିବା ରେକର୍ଡ କରାଯାଇଛି l

















