ସୋନପୁର,୦୫।୦୫ (ଡ଼ି.ଏଚ ବ୍ୟୁରୋ):- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ବ୍ରିଜ୍ ନିର୍ମାଣ କାମ ବେଳେ କରେଣ୍ଟ ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ । ଏବଂ ମୃତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଉଲ୍ ଗାଁର ଟଙ୍କଧର ତାର୍ଜନ ବୋଲି ସୂଚନା । ସେପଟେ ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛ ।

















