ଓଏଏସ୍‌ ସ୍ତରରେ ଅଦଳବଦଳ : ଝାରସୁଗୁଡ଼ା, ବରଗଡ଼ରେ ନୂଆ ଜିଲ୍ଲାପାଳ

310
ADVERTISEMENT



ଭୁବନେଶ୍ବର,୨୩/୮(କୁନା ପ୍ରଧାନ) : ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ହାଇକୋର୍ଟଙ୍କ ନି‌େର୍ଦ୍ଦଶରେ ନିଲମ୍ବନ କରାଯାଇଥିଲା। ଏବେ ପୁଣି କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ ଅ‌ାଦେଶ ପ୍ରତ୍ୟାହାର କରିନିଆଯାଇଛି। କିନ୍ତୁ ତାଙ୍କୁ ଆଉ ଝାରସୁଗୁଡ଼ାରେ ରହିବାକୁ ସରକାର ସୁଯୋଗ ଦେଇ ନାହାନ୍ତି। ବରଗଡ଼ ଜିଲ୍ଲାପାଳ ଭାବେ ତାଙ୍କର ଆଜି ବଦଳି ହୋଇଛି। ଝାରସୁଗୁଡ଼ାରେ ନୂଆ ଜିଲ୍ଲାପାଳ ଭାବେ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସାମଲ ନିଯୁକ୍ତି ପାଇଛନ୍ତି। ଏହି ଦୁଇ ଜିଲ୍ଲାପାଳଙ୍କ ବଦଳି ସହ ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି।ବରଗଡ଼ର ଜିଲ୍ଲାପାଳ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ବନ୍ଦୋବସ୍ତ କମିସନର୍‌ ଥିବା ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ବିଭାଗର ସ୍ପତନ୍ତ୍ର ସଚିବ ଏବଂ ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଧୀନରେ ଥିବା ଭୁବ‌େନଶ୍ବରର ଅତିରିକ୍ତ ରିଭିଜନ୍‌ କୋର୍ଟର ଅତିରିକ୍ତ କମିସନର୍‌ ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୟାଗଡ଼ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ ସାହୁଙ୍କୁ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ଏବଂ ରାଉରକେଲା ତହସିଲ୍‌ଦାର୍ ବିଶ୍ବରଞ୍ଜନ ରଥଙ୍କୁ ସୁନ୍ଦରଗଡ଼ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।



Advertisement