Sunday, September 6, 2026
ADVERTISEMENT
Home ଆଞ୍ଚଳିକ ବିଏମସିର ଦୃଷ୍ଟି ଅଡୁଆଳରେ ଖାଲଖମlପୂର୍ଣ୍ଣ ବାଜପେୟୀ ରୋଡ଼, ପlଦେ ପାଦେରେ ବିପଦ କାର୍ଯ୍ୟକ୍ଷମ କେବେ ?

ବିଏମସିର ଦୃଷ୍ଟି ଅଡୁଆଳରେ ଖାଲଖମlପୂର୍ଣ୍ଣ ବାଜପେୟୀ ରୋଡ଼, ପlଦେ ପାଦେରେ ବିପଦ କାର୍ଯ୍ୟକ୍ଷମ କେବେ ?

116
ADVERTISEMENT


କୁକୁଡାଖଣ୍ଡି,୦୧/୫(ଇ ରଞ୍ଜନ):-ଏ ଦୃଶ୍ୟ ହେଉଛି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗେଟ ବଜାର ଓ ଲୋଚାପଡା ରୋଡ଼ ନିକଟସ୍ଥ ବ୍ରଜ ନଗର ଅଞ୍ଚଳ ବାଜପେୟୀ ରୋଡର। ଲୋଚାପଡା ମୁଖ୍ୟ ରାସ୍ତା ପାର୍ଶ୍ବରୁ ବାହାରି ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାଟି ବିସ୍ତୃତ ହୋଇ ରହିଛି। ଏହି ରାସ୍ତା ବ୍ରହ୍ମା ନଗର, ଜ୍ୟୋତି ନଗର, ଖାରବେଳ ନଗର,ନୂଆ ବସ ଷ୍ଟାଣ୍ଡ ଓ ବଡ ମେଡିକାଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସଂଯୋଗ କରୁଛି। ଏହି ରୋଡ଼ ସହିତ ଅଞ୍ଚଳର ବହୁ ସାହି ସଂଯୋଗ ହୋଇ ରହିଥିବାରୁ ଅନ୍ୟ ସାହି ମାନଙ୍କୁ ଯିବାକୁ ହେଲେ ପ୍ରଥମେ ଏହି ରାସ୍ତା ଦେଇ ଯିବାକୁ ପଡିବ। ତେଣୁ ପ୍ରତିଦିନ ସ ଖ୍ୟାଧିକ ଜନସାଧାରଣଙ୍କ ସହ ସହସ୍ରାଧିକ ଯାନବାହନ ଚଳାଚଳ ହୋଇଥାଏ। ତେବେ ସାହି ବାସିନ୍ଦାଙ୍କ କହିବା କଥା ରlସ୍ତସlରl ଯୁଆଡେ ଦେଖିବେ ଖାଲଖମାମୟ ଓ ବଡ ବଡ ଗର୍ତ୍ତ। ପୁଣି ରାସ୍ତା ଉପରେ କଂକ୍ରିଟ ଛାଡ଼ିଯାଇ କେଉଁଠି ଲୁହlରଡ ଓ ମୋରମ ଦେଖା ଗଲାଣି ତ ଆଉ କେଉଁଠି ମାଟି ଦେଖାଯାଇ ସ୍ଥାନଟି କାଦୁଅ ଓ ପଙ୍କରେ ଭରପୁର ହୋଇଗଲାଣି। ସାମାନ୍ୟ ଏପଟ ସେପଟ ହେଲେ ଦୁର୍ଘଟଣା ସୁନିଶ୍ଚିତ । ପୁଣି ବର୍ଷାଦିନ ଆସିଗଲେ ଲୋକଙ୍କ ଚିନ୍ତା ବଢିଯାଏ । କାରଣ ଏଠି ଅସରାଏ ବର୍ଷା ହେଲେ ରାସ୍ତା ଉପରେ କୃତ୍ରିମ ବନ୍ୟାପାଣିର ସୁଅ ଛୁଟିଥାଏ। ରାସ୍ତାରେ ଯାଉଥିବା ପଥଚାରୀ ଓ ମୋଟର ଯାନ ଚାଳକ ମାନେ ରାସ୍ତାସାରା ଖାଲଖମା ଯୋଗୁଁ ଅନେକ ସମୟରେ ରାସ୍ତା ଜାଣି ନ ପାରି ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ କିମ୍ବା ଗୁରୁତର ଆହତ ହୋଇଥାଆନ୍ତି । ଗାଡ଼ି ମଟର ଚଳାଚଳ ବେଲେ ବହୁ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ସହ ମାତ୍ର କିଛି ର ମିନିଟର ରାସ୍ତାକୁ ଅତିକ୍ରମ କରିବା କୁ ଦୀର୍ଘ ସମୟ ଲlଗିଥାଏ। ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇଥିବାରୁ ଗୁରୁତର ଥିବା ରୋଗୀର ଜୀବନ ପ୍ରତି ବିପଦ ବଢାଇ ଦେଇଥାଏ। ପୁଣି ଗେଟ ବଜାରର ଟ୍ରାଫିକ ଭିଡ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ବାଜପେଇ ରୋଡ଼ ଦେଇ ବଡ ମେଡିକାଲକୁ ନିକଟ ହେଉଥିବାରୁ ବହୁ ଦୁଇ ଚକିଆ ଓ ଚାରି ଚକିଆ ହାଲୁକା ଯାନ ଗୁଡିକ ଯାତାୟାତ କରିଥାନ୍ତି । ତେବେ ଏହିଭଳି ଲାଇଫ ଲାଇନ ରାସ୍ତା ଉପରେ ଶହ ଶହ ଲୋକ ନିର୍ଭରଶୀଳ ଥିବା ବେଳେ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତା ମରାମତି ପାଇଁ କାହିଁକି ନିଆ ଯାଉନି ପଦକ୍ଷେପ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଏଥି ସହିତ ସୁରକ୍ଷିତ ଯାତାୟାତ ଲାଗି ବ୍ୟବସ୍ଥା କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମାନେ ମତ ଦେବା ସହିତ ଏହାର ସଠିକ୍ ଓ ଦୀର୍ଘସ୍ଥାୟୀ ମରାମତି ପାଇଁ ଦାବି କରିଛନ୍ତି ସାହି ବାସିନ୍ଦା। ତେବେ ସରକାର ଦୁର୍ଘଟଣାକୁ ରୋକିବା ପାଇଁ ମୋଟା ଅଙ୍କର ଜୋରିମାନା ସହ ହେଲମେଟ ପରିଧାନ ବାଧ୍ୟତାମୂଳକ କରିଛନ୍ତି, ହେଲେ ଏଭଳି ଶୋଚନୀୟ ରାସ୍ତା ଯୋଗୁଁ ପ୍ରତିଦିନ ଯେଉଁ ଛୋଟ ବଡ ଦୁର୍ଘଟଣା ଘଟୁଛି ସେଥିପାଇଁ ଦାୟୀ ରହିବ କିଏ ? ,ଏହି ରୋଡ଼ ଟି ବି.ଏମ.ସି ଅଧୀନରେ ଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ରୋଡ଼ ନିର୍ମାଣ ନିମନ୍ତେ ବିଜ୍ଞପ୍ତି ବାହାରୁଥିବା ବେଳେ ଏହା ର କୌଣସି ବିକାଶ କାର୍ଯ୍ୟର ନିଷ୍କର୍ଷ ବାହାରିପାରୁନଥିବା ଦେଖାଦେଇଛି l ପ୍ରଶାସନ ଏବଂ ବିଏମସିର ରାଜନେତା ଙ୍କ ସ୍ୱଚ୍ଛତା ଓ କାର୍ଯ୍ୟକାରିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହି ରୋଡ଼ ଟି ବିଭିନ୍ନ ଦିଗ ସହ ବ୍ରହ୍ମପୁର ମୁଖ୍ୟ ଡାକ୍ତର ଖାନା କୁ ସଂଯୋଗ କରୁଥିବା ବେଳେ ଅନେକ ଲୋକ ଯାତାୟାତ ରେ ଦୃଘଟଣା ରେ ସମ୍ମୁଖୀନ ହେଉଛନ୍ତି l ନୂତନ ସରକାରର ମନ୍ତ୍ରୀ ଏବଂ ସ୍ଥାନୀୟ ରାଜନେତା ଙ୍କ କେବେ ଦୃଷ୍ଟି ପଡି ରୋଡ଼ ଟି କାର୍ଯ୍ୟକ୍ଷମ ହେଉଛି ତାହା ଆଗାମୀ ଦିନ ରେ ଦେଖାଦେବ l

Advertisement