ରଘୁବୀର ସେନା ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ ଦମନ ପ୍ରତିବାଦରେ ବାଇକ ରାଲ୍ଲୀ l

73
ADVERTISEMENT


କୁକୁଡାଖଣ୍ଡି,୦୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ଗୁରୁଣ୍ଠି ଅନ୍ତର୍ଗତ ଟେକ୍ନୋସିଟି ଅଞ୍ଚଳ ରେ ଗୋଡ଼ି ଉଠିଥିବା ରଘୁବୀର ସେନା ପକ୍ଷରୁ ବିଶାଳ ବାଇକ ରାଲ୍ଲୀ ବାହାରି ଗତ ୨୨ ତାରିଖରେ ଜମ୍ମୁକାଶ୍ମୀର ସ୍ଥିତ ପେହଲିଗମ୍ ଠାରେ ୨୮ ଜଣ ନିରୀହ ହିନ୍ଦୁ ମାନଙ୍କୁ ଟାର୍ଗେଟ କରି ଆତଂକବାଦୀ ମାନେ ହିନ୍ଦୁ ଧର୍ମକୁ ଚିନ୍ହଟ କରି ଗୁଳି କରି ହତ୍ୟା କରିବା ହୃଦୟବିଦାରକ ଘଟଣା ସାରା ହିନ୍ଦୁ ପରିବାର ଙ୍କୁ କୁଠାରଘାତ କରିଥିବା କହିଛନ୍ତି ରଘୁବୀର ସେନା l ଏହାର ପ୍ରତିବାଦ କରି ରଘୁ ବୀର ସେନା ର ସଭାପତି ଶ୍ରୀକାନ୍ତ ଚୌଧୁରୀ ଏବଂ ରଘୁସେନାର ବିରାଟ ଟିମ ସହଯୋଗ ରେ ବୁଧବାର କୋଣାର୍କ ନଗର ଠାରୁ ଲୋଚାପଡା, ବ୍ରଜନଗର, ବେଙ୍କ କଲୋନୀ, ବାପୁଜୀ ନଗର, ସମେତ ଭାବିନିପୁର, ଗୋବିନ୍ଦ ବିହାର ଦେଇ ଶତାଧିକ ରଘୁବୀର ସେନାର କର୍ମକର୍ତ୍ତା ମାନେ ବାଇକ ରାଲ୍ଲୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ପାକ ସୀମା ରେ ଯେଉଁ ବର୍ବରତା ସୃଷ୍ଟି କରିଥିବା ଆତଙ୍କବାଦୀ ନିପାତ କରିବା ପ୍ରତିବାଦ ମାଧ୍ୟମ ରେ ଦାବି କରାଯାଇଥିଲା l ଭାରତ ଭଳି ଭାଇଚାରା ସମ୍ପର୍ଣ ରାଷ୍ଟ୍ର ରେ ପାକ ର ଆତଙ୍କବାଦୀ ହିନ୍ଦୁ ହିଂସା କରି ହିନ୍ଦୁର ୨୮ ଜଣ ନାଗରିକ ମାନଙ୍କୁ ଗୁଳିକରି ହତ୍ୟାକରିଥିବା ଜଗନ୍ୟ ହତ୍ୟାକାରୀ ଙ୍କୁ କେନ୍ଦ୍ର ସରକାର ଶୀଘ୍ର ନିପାତ କରିବା କୁ ନିବେଦନ ପ୍ରତିବାଦ ମାଧ୍ୟମରେ ଦାବି କରିଥିବା ସହ ପରିଶେଷରେ ପ୍ରାଣ ହରାଇ ଥିବା ସମସ୍ତ ହିନ୍ଦୁ ପରିବାରର ସଦସ୍ୟଙ୍କ ଆତ୍ମା ର ସତଗତି ନିମନ୍ତେ ମହମବତୀ ଦ୍ବୀପ ପ୍ରଜ୍ବଳନ ସହ ଶ୍ରଧ୍ୟାଞଳି ଅର୍ପଣ କରି ନିରବ ତାଙ୍କରି ଆତ୍ମାର ଶାନ୍ତି କାମନା କରିଥିଲେ l ଏଥିରେ ରଘୁବୀର ସେନାର ଉପ ସଭାପତି ଚିନ୍ତାମଣି ବେହେରା, ଅଭିରାମ ବେହେରା, ସମ୍ପାଦକ କୃତିବାସ ବିଶ୍ୱାଳ, ସହ ସମ୍ପାଦକ ସାରଥୀ ସାହୁ, ଚିନ୍ମୟ ମହାରଣା, ସହଯୋଗୀ ଗୋଷ୍ଠୀର କୁନା ମହାରଣା ଉପେନ୍ଦ୍ର ମହାରଣା ଙ୍କ ସମେତ ରଘୁବୀର ସେନାର ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜ ବାଇକ ରେ ଅଞ୍ଚଳ ପରିକ୍ରମା କରିଥିଲେ l

Advertisement