Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

138
ADVERTISEMENT

ଭୁବନେଶ୍ୱର,୧୬/୪(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏବଂ ଏ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।ସେହିଭଳି କଳାହାଣ୍ଡି ଜିଲ୍ଲା ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏବଂ ସ୍ଥାନୀୟ ଗାନ୍ଧୀ ଛକରେ ଦଳୀୟ ନେତୃବର୍ଗ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଞ୍ଚଳରେ ଏଭଳି କୁତ୍ସିତ ଘଟଣା ଏକ ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ବୋଲି ସନ୍ଦେହ କରିଛନ୍ତି।

Advertisement