Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଜେପି ଦିଗପହଣ୍ଡି ପକ୍ଷରୁ ହିନ୍ଦୁ ନବବର୍ଷ ନିମନ୍ତେ ବନ୍ଧୁମିଳନ l

ବିଜେପି ଦିଗପହଣ୍ଡି ପକ୍ଷରୁ ହିନ୍ଦୁ ନବବର୍ଷ ନିମନ୍ତେ ବନ୍ଧୁମିଳନ l

124
ADVERTISEMENT

ଦିଗପହଣ୍ଡି,୩୧/୩(ଇ ରଞ୍ଜନ):-ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖେମୁଣ୍ଡି କାଳୁଆ ମନ୍ଦିର ପରିସରରେ ବିଜେପି ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ ସହ ବନ୍ଧୁମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ ଦଳୀୟକର୍ମୀ ପାଳନ କରିଛନ୍ତି l ହିନ୍ଦୁ ନବବର୍ଷ । ଅଙ୍କୁଶପୁର ମଣ୍ଡଳ ସଭାପତି ଏ ବାବୁଲା ପାତ୍ରଙ୍କ ନେତୃତ୍ୱ ରେ ସଭାର ଅୟୋଜନ ଓ ପରିଚାଳନା କରିଥିଲେ । ସାଂଗଠନିକ କାର୍ଯ୍ୟକଳାପ ଏବଂ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ରେ ଦଳର ସଂଘଠନିକ ସ୍ଥିତି କୁ ସୁଦୃଢ କରି ନିର୍ବାଚନ ବୈତରଣୀ ରେ ବିଜେପିର ସ୍ଥିତି କୁ ମଜବୁତ କରିବା ନେଇ ବୈଠକ ରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ସଙ୍ଗଠନକୁ ସୁଦୃଢ କରିବା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ଆଲୋଚନା ହେଇଥିଲା । ପ୍ରଥମେ ବନ୍ଦେଉତ୍କଳ ଜନନୀ ଗାନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥଲା । ଉକ୍ତ ସଭାରେ କୃଷକମୋର୍ଚ୍ଚା ସଭାପତି ଚିନ୍ମୟ ନନ୍ଦ ମହାରାଜ, ପରେଶ୍ ଚନ୍ଦ୍ର ରଥ,ସାଂସଦ ପ୍ରତିନିଧି ହରିବନ୍ଧୁ ରେଡ୍ଡୀ, ଦିପକ ମହାପାତ୍ର, ଲଳିତ ମୋହନ ବିଷୋୟୀ, ମିଟୁ ଦୋରା, ଶଶାଙ୍କ କର, ଅରୁଣ ଗୌଡ଼, କୁଞ୍ଜ ବିହାରୀ ପଣ୍ଡା, ମଦନ ମୋହନ ପତ୍ର, ସଂଗ୍ରାମ ସିଂହ, ସୁନିଲ ପାତ୍ର , କୃଷ୍ଣମୂର୍ତ୍ତି ପାତ୍ର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଭାକୁ ସମ୍ପାଦନ କରିଥିଲେ । ସବୁ ପଞ୍ଚାୟତରେ ଯେମିତି ଆଗାମୀ ହିନ୍ଦୁ ନବବର୍ଷ ପାଳିତ ହେବ ତାହା ବିସୟରେ ଚର୍ଚ୍ଚା ହେଲା ।  ଏହି ସଭାରେ ପ୍ରତ୍ୟେକ ପଞ୍ଚାୟତର ମୁଖ୍ୟ କର୍ମୀ ଉପସ୍ଥିତ ଥିଲେ । ବିଭିନ୍ନ ସମସ୍ୟା ଏବଂ ସମାଧାନ ଉପରେ ଚର୍ଚ୍ଚା ହୋଇଥିଲା ଏହି ସଭାରେ । ଶେଷରେ ବାବୁଲା ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ ।

Advertisement