Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିଜେପିରେ ମିଶିଲେ ୧୧ ସମିତିସଭ୍ୟ,ବ୍ଲକ ଅଧକ୍ଷ ପଦ ହାତେଇବା ଲକ୍ଷ୍ୟରେ ବିଜେପି।

ବିଜେପିରେ ମିଶିଲେ ୧୧ ସମିତିସଭ୍ୟ,ବ୍ଲକ ଅଧକ୍ଷ ପଦ ହାତେଇବା ଲକ୍ଷ୍ୟରେ ବିଜେପି।

139
ADVERTISEMENT


କୁକୁଡାଖଣ୍ଡି,୨୯/୩(ଇ ରଞ୍ଜନ ):- କୁକୁଡାଖଣ୍ଡି ବ୍ଲକ ର ୧୧ଜଣ ସମିତିସଭ୍ୟ ଓ ସଭ୍ୟା ମାନେ ଗୁରବାର ନୂଆଦିଲ୍ଲୀ ଠାରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମ ଓ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଙ୍କ ଉପସ୍ଥିତି ରେ ବିଜେପି ସାମିଲ ହୋଇଛନ୍ତି। ବରିଷ୍ଠ ନେତା ସୁରେଶ ସେଠି ଙ୍କ ନେତୃତ୍ୱ ରେ ଅଙ୍କୁଶପୁର ସମିତିସଭ୍ୟା ସୁନିତା ସେଠି ,ବି ରବୀନ୍ଦ୍ର ପାତ୍ର, ବିଷ୍ଣୁ ବେହେରା, ଲକ୍ଷ୍ମୀ ସ୍ୱାଇଁ, ତ୍ରିବେଣୀ ବେହେରା, ସୁନିତା ଦାସ, ରେବତୀ ବେହେରା, ଅଶୋକ ଦାସ, ପ୍ରତିମା ମଳିକ, ବବିତା ବରଡ଼, ସନ୍ତୋଷ କୁମାର ସାହୁ ପ୍ରମୁଖ ସମିତିସଭ୍ୟ ମାନେ ସାମିଲ ହୋଇଥିଲେ।ବ୍ଲକ ଅଧକ୍ଷ ଙ୍କ ମୃତ୍ୟୁ ପରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ ପଦ ପାଇଁ ଦାବିଦାର ଥିଲେ ବିଜେଡି ସମର୍ଥିତ ସମିତିସଭ୍ୟା ସୁନିତା ସେଠି, ତାଙ୍କୁ ମଧ୍ୟ ୧୪ସମିତିସଭ୍ୟ ସମର୍ଥନ କରୁଥିଲେ। ୧୦ମାସ ପରେ ମଧ୍ୟ ଅଧକ୍ଷ ନିର୍ବାଚନ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି, ବ୍ରହ୍ମପୁର ସାଂସଦ, ଗୋପାଳପୁର ବିଧାୟକ, ଦିଗପହଣ୍ଡି ବିଧାୟକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ସାମିଲ ହୋଇଥିବା କହିଛନ୍ତି ସମିତିସଭ୍ୟ ମାନେ।

Advertisement