Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସ୍କାଟିଂ ପ୍ରତିଯୋଗିତାରେ ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ମନନୀତ ଛାତ୍ରଛାତ୍ରୀଙ୍କୁ ପଂଚାୟତ ସ୍ତରରେ ସମ୍ବର୍ଦ୍ଧନା l

ସ୍କାଟିଂ ପ୍ରତିଯୋଗିତାରେ ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ମନନୀତ ଛାତ୍ରଛାତ୍ରୀଙ୍କୁ ପଂଚାୟତ ସ୍ତରରେ ସମ୍ବର୍ଦ୍ଧନା l

114
ADVERTISEMENT

କୁକୁଡାଖଣ୍ଡି,୧୮/୩(ଇ.ରଞ୍ଜନ ):-କୁକୁଡାଖଣ୍ଡି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡା ସଙ୍ଘ ପକ୍ଷରୁ ପ୍ରଥମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ବର୍ଷରୁ ଛାତ୍ରଛାତ୍ରୀ ମାନଙ୍କର ରାଜ୍ୟ ସ୍ତରୀୟ ସ୍କାଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆଇଆରସି ନୟାପଲ୍ଲୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୁକୁଡାଖଣ୍ଡି ବ୍ଲକ ଶିକ୍ଷା ବିଭାଗ ଅଧିନସ୍ତ ଲୋଚାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଆଲୋକ ସାହୁ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟ ରୁ ପ୍ରଥମ ସ୍ଥାନ ହାସଲ କରି ଜାତୀୟ ସ୍ତରକୁ କ୍ରୀଡା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହାକୁ ନେଇ କୃତିତ୍ୱ ହାସଲ କୁ ନେଇ ଲୋଚାପଡ଼ା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ଗ୍ରାମର ବହୁ ବୃଦ୍ଧି ଜୀବିଙ୍କ ନିମନ୍ତେ ଖୁସିର ଲହରୀ ଥିବା ଜଣାପଡିଛି । ଚଳିତ ମାସରେ ବିଦ୍ୟାଳୟର ବାର୍ଷିକ ପୁରସ୍କାର ଉତ୍ସବ ଅବସରରେ ଲୋଚାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଏଲ୍. ମୋହନ ଦାସ ଆଲୋକ ସାହୁକୁ ସମ୍ମାନୀତ କରିବା ସହ ଏକ ହଜାର ଟଙ୍କା ମାସିକ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ। ଆଜିର ସମ୍ଭର୍ଦ୍ଧନା ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ସେଠୀ, ଲୋଚାପଡା ପଞ୍ଚାୟତର ସମିତିସଭ୍ୟ ଚଣ୍ଡି ଚରଣ ସାହୁ, ଗଞ୍ଜାମ ଜିଲ୍ଲା ଶିକ୍ଷକ ସଂଘର ସଭାପତି ସାରଥି ପାତ୍ର, ହେମନ୍ତ କୁମାର ସେଠୀ, କୁକୁଡାଖଣ୍ଡି ବ୍ଲକ ସଭାପତି ଉଷାରାଣୀ ସାହୁ, ସିମାଞ୍ଚଳ ପଣ୍ଡା, ବିଷ୍ଣୁ ଚରଣ ନାୟକ, ସିଆରସିସି ଲୋକନାଥ ପାଢ଼ୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଳୀମା ଶତପଥୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ଶିକ୍ଷକ ଡଃ. ସନାତନ ପ୍ରଧାନ ପରିଚାଳନା କରିଥିଲେ।

Advertisement