ଭୁବନେଶ୍ବର,୨୩/୮(କୁନା ପ୍ରଧାନ):ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ଆଜି ଭଗବାନ୍ ଶ୍ରୀକୃଷ୍ଣଙ୍କ ସ୍ମାର୍ତ୍ତ ସମ୍ମତ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ। କି˚ବଦନ୍ତି ଅନୁଯାୟୀ , ବିଷ୍ଣୁଙ୍କ ଅଷ୍ଟମ ଅବତାର ଯୋଗେଶ୍ବର କୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ମଥୁରାରେ ଜନ୍ମ ହୋଇଥିଲେ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂରହୁଏ । ତେଣୁ, ଏହାକୁ ‘ମୋହରାତ୍ରି’ ମଧ୍ୟ କୁହାଯାଏ। ସାରା ବିଶ୍ବର ହିନ୍ଦୁ ସ˚ପ୍ରଦାୟ ପାଇଁ ଏହା ଏକ ପବିତ୍ର ପର୍ବାଉତ୍ତର ଭାରତର ବ୍ରଜ ଅଞ୍ଚଳର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଧାର୍ମିକ ଉତ୍ସବ। କୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ଏବ˚ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ। ଏହି ଉପଲକ୍ଷେ ରାସଲୀଳା ବା କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ମନ୍ଦିରମାନଙ୍କରେ ‘ଭାଗବତ ପୁରାଣ’ ଓ ‘ଶ୍ରୀମଦ୍ଭଗବଦ୍ଗୀତା’ ପାଠ କରାଯାଏ। ମହାରାଷ୍ଟ୍ରରେ ଏହି ପର୍ବ ଅବସରରେ ‘ଦହି ହାଣ୍ତି’ ଭଙ୍ଗାଯାଏ। ଗତ ବର୍ଷ କେବଳ ମୁମ୍ବଈରେ ସାତ ହଜାରରୁ ଅଧିକ ‘ଦହି ହାଣ୍ତି’ ଭଙ୍ଗାଯାଇଥିଲା। ହିନ୍ଦୁ ବିଧି ଅନୁସାରେ ଜନ୍ମାଷ୍ଟମୀରେ ଉପବାସ ପାଳନ କରାଯାଏ ,ଏହା ଚାରି ଆଡ଼େ ପ୍ରଚଳିତ ।
















