ADVERTISEMENT
Home ଆଞ୍ଚଳିକ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଜି ପୁଣି ୫ଜଣ ଗିରଫ ।

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଜି ପୁଣି ୫ଜଣ ଗିରଫ ।

118
ADVERTISEMENT

ଭୁବନେଶ୍ୱର ,୨୧/୨(ଡ଼ି.ଏଚ ବ୍ୟୁରୋ):-କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟ କେତେଜଣ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବା ଏକ ଭିଡିଓ ପ୍ରଦର୍ଶିତ ହେଉଛି।ଯା ହାକୁ ଆଧାର କରି ଇନ୍ଫୋସିଟି ପୁଲିସ ଆଜି ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣ ବାଉନସର ଓ ଜଣେ ଫିଲଡ ଅଫିସର ଥିବା ଜଣାପଡିଛି। ଗିରଫ ହୋଇଥିବା ବାଉନସର ହେଉଛନ୍ତି ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରା। ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Advertisement