Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକରେ ପାଳିତ ହେଲା ୭୬ତମ ସାଧାରଣ ତନ୍ତ୍ର ଦିବସ l

କୁକୁଡାଖଣ୍ଡି ବ୍ଲକରେ ପାଳିତ ହେଲା ୭୬ତମ ସାଧାରଣ ତନ୍ତ୍ର ଦିବସ l

105
ADVERTISEMENT


କୁକୁଡାଖଣ୍ଡି,୨୭/୧(ଇ.ରଞ୍ଜନ):-ଗଂଜମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ପରିସରରେ ରବିବାର ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ସାରା ଦେଶ ୭୬ତମ ଗଣତନ୍ତ୍ର ପ୍ରତିଷ୍ଠା ଦିବସ ଭାବେ ପାଳନ ହୋଇଆସୁଥିବା ବେଳେ ଆଜି କୁକୁଡାଖଣ୍ଡି ବ୍ଲକରେ ସାଧାରଣ ତନ୍ତ୍ର ଦିବସକୁ ବଡ଼ ଉତ୍ସାହର ସହ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ବ୍ଲକ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ଜ୍ୱଳନ ପରେ ତ୍ରିରଙ୍ଗା ପତାକା ଉତ୍ତଳୋନ କରିଥିଲେ l

ଏଥିରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, ଅଙ୍ଗନବାଡି କୁନି କୁନି ପିଲା ପ୍ରମୁଖ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ ସହ ପେରେଡ ପ୍ରଦର୍ଶନ କରିଥିଲେ l ଏଥିରେ କୁକୁଡାଖଣ୍ଡି ଭାରପ୍ରାପ୍ତ ଅଧକ୍ଷା ବିଷ୍ନୁପ୍ରିୟା ପାତ୍ର,ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରିଣୀ ପୋଲ୍ଲବୀ ସ୍ୱାଇଁ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ, ପୂର୍ବତନ ସମବାୟ ସଭାପତି ସନାତନ ସଂଗ୍ରାମ ସିଂସିଡିପିଓ କୁସୁମ ସାହୁ ,ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ନଳିନୀକାନ୍ତ ବିଷୟୀ, ବାପି ପ୍ରଧାନ,ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ସମେତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l

Advertisement