Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କୁରୁଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ।

ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କୁରୁଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ।

113
ADVERTISEMENT

ବ୍ରହ୍ମପୁର,୨୭/୧(ସପନ ଦାସ):-ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରୀଙ୍କ ଜାନୁଆରୀ ୧୬ ତାରିଖ ଠାରୁ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୨୫ ତାରିଖ ଦିନ ଉଦଯାପିତ ହୋଇଯାଇଛି।ଉଦଯାପନୀ କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବମନ ଶ୍ରୀନିବାସ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବିଦ୍ୟାଲୟ ବରିଷ୍ଟ ଶିକ୍ଷୟତ୍ରୀ ସବିତା ସାହୁ ପୋଗ୍ରାମ କୋଡ଼ିନେଟର ଡ. ମୋନାଲି ମହାରଣା ଓ ଇତିହ୍ୟାସ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ,ଅଧ୍ୟାପିକା ସରିତା ଗୌଡ଼,ଶିକ୍ଷକ ଶ୍ରୀଯୁକ୍ତ ସହେବ ସାହୁ , ଶ୍ରୀଯୁକ୍ତ ତପନ ବିଶ୍ୱାଳ,ପି.ଇ.ଟି.ଶ୍ରୀଯୁକ୍ତ.ଜି.ତ୍ରିପତି ରାଓ ଯୋଗଦେଇଥିଲେ ।

ତାଲିମ ଶିବିରର ମାଷ୍ଟର ଟ୍ରେନର ଭାବେ ସାଗରିକା ମହାଙ୍କୁଡ ଯୋଗଦେଇ ଛାତ୍ରୀବୃନ୍ଦଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଅତିଥିମାନେ ଆତ୍ମ ସୁରକ୍ଷା ତାଲିମ ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରୀମାନେ ଶିକ୍ଷାଲାଭ କରିଥିବା ଆତ୍ମ ସୁରକ୍ଷାର କୌଶଳ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ ।ଶେଷରେ ସଂସ୍କୁୃତ ଶିକ୍ଷକ ସୁକଦେବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଓ ସମସ୍ତ ଛାତ୍ରୀଙ୍କୁ ମାନପାତ୍ର ପ୍ରଦାନ କରlଯାଇଥିଲା।

Advertisement