Monday, September 7, 2026
ADVERTISEMENT
Home ଆଞ୍ଚଳିକ କାଳଞ୍ଜି ସମାଜର ନୂତନ କମିଟି ଗଠନ।

କାଳଞ୍ଜି ସମାଜର ନୂତନ କମିଟି ଗଠନ।

117
ADVERTISEMENT

କୁକୁଡ଼ାଖଣ୍ଡି,୨୫/୧(ଇ.ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ପଞ୍ଚୟତର ରୋହିଗାଁ ଗ୍ରାମରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ନୂତନ କମିଟି ଗଠନ ରୋହୀଗାଁ କଲ୍ୟାଣ ମଣ୍ଡପ ଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତବୈଠକରେ ସଭାପତି ରୂପେ ବାଳକୃଷ୍ଣ ଜେନାଙ୍କୁ ଚୟନ କରାଯାଇଥିଲା।ଉପସଭାପତି ମନୋଜ ଜେନା, ଏବଂ ସମ୍ପାଦକ ଭାବରେ କେଦାର ନାଥ ସ୍ୱାଇଁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।

ବୈଠକରେ ଘାଟିପାରି ମଣ୍ଡଳସଭାପତି ଶ୍ରୀ ଭଗବାନ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ନିର୍ବାଚନ ଅଧିକାରୀ ତ୍ରିନାଥ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କମିଟିଚୟନ ହୋଇଥିଲା। ବୈଠକରେ କେନ୍ଦ୍ର ପରିଷଦ ଉପସଭାପତି ବୃନ୍ଦାବନ ଖଟେଇ, ମହୁରୀ ଅଞ୍ଚଳ ସଭାପତି ଗୁରୁନାଥ ବିଷୋୟୀ, ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ଜେନା, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ବସନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରୋହିଗାଁ ସରପଞ୍ଚ ବଶିଷ୍ଠ କୁମାର ଜେନା ବୈଠକରେ ଉପସ୍ଥିତ ରହି ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ଵାଗତ କରିଥିଲେ।

Advertisement